ଓଡିଶା

କେତେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା 

(ଭୁବନେଶ୍ୱର) : ରାଜ୍ୟରେ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। କେତେକ ସ୍ଥାନରେ ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ୭.୫ ଡିଗ୍ରି ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପରିଗଣିତ ହୋଇଛି। ଏହାଛଡ଼ା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫, କିରେଇ ଓ ସେମିଳିଗୁଡାରେ ୮.୭ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬ ଓ ରାଉରକେଲାରେ ୯.୭ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କଟକରେ ସର୍ବନିମ୍ନ ତାପମାତ୍ରା ୧୪.୫ ଓ ଭୁବନେଶ୍ବରରେ ୧୫.୩ ଡିଗ୍ରି ଥିବା ଜଣାଯାଇଛି।

Related posts

‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

mahabharatanews

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

mahabharatanews

ଫୁଲର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ଯୋଜନା ସାତସପନ

mahabharatanews