ମନୋରଞ୍ଜନ

ଧୁମ ମଚାଉଛି ଚଳଚ୍ଚିତ୍ର ‘ଦେବରା’ର ଟିଜର

(ମୁମ୍ବାଇ) : ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଛି। ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିଥିବା ଖବର ଏବେ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ପୂର୍ବରୁ ‘ଦେବରା’ ଏପ୍ରିଲ ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ଏହି ତାରିଖରେ ଫିଲ୍ମ ରିଲିଜ୍ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିଲିଜ୍ ତାରିଖ ବଦଳିଥିଲେ ବି କେବେ ଫିଲ୍ମ ରିଲିଜ୍ ହେବ ତାହା ସାମ୍ନାକୁ ଆସିନାହିଁ। ଦର୍ଶକଙ୍କୁ ସର୍ବୋତ୍ତମ ଭିଏଫଏକ୍ସ ଏବଂ ସର୍ବୋତ୍ତମ ସିନେମାଟୋଗ୍ରାଫି ହେତୁ ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏପ୍ରିଲରେ ରିଲିଜ ନକରି ଅଧିକ ସମୟ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Related posts

‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ ତୃପ୍ତି

mahabharatanews

ଷ୍ଟେଜରେ ଟଳିପଡିଲେ ୩୦ ବର୍ଷୀୟ ସିଙ୍ଗର

mahabharatanews

ସିଙ୍ଘମରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି

mahabharatanews