ଓଡିଶା

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଲକଡାଉନ, ଗାଇଡଲାଇନ ମଧ୍ୟରେ ଅଢେଇ ମାସରୁ ଅଧିକ ସମୟ ହେଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତ ଗହଳିପୂର୍ଣ୍ଣ ସ୍ଥାନ ଯେମିତି କି ମଲ, ସିନେମା ହଲ, ଜିମ୍, ଧର୍ମାନୁଷ୍ଠାନ ବନ୍ଦ । ବିବାହ ବ୍ରତରେ ଜନସମାଗମକୁ ବାରଣ କରାଯାଇଛି । ତେଣୁ ଲିଙ୍ଗରାଜଙ୍କ ରୁକୁଣା ରଥ ହୋଇପାରି ନାହିଁ । ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ମଧ୍ୟ ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଛି । ରଥ ଯାତ୍ରା ହେବକି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି । କାରଣ ଜନସମାଗମ ହେଲେ କରୋନା ଭୂତାଣୁର ସଂକ୍ରମଣ ବ୍ୟାପିବାର ଭୟ ରହିଛି । କରୋନାକୁ ପ୍ରତିହତ କରିବାକୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁୁ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ତେଣୁ ସବୁ ଜାଗାରେ ପୁଲିସ ସଜାଗ ପ୍ରହରୀ ପରି ଠିଆହୋଇଛି ସରକାରୀ ନିୟମାବଳୀ ଲାଗୁକରାଇବା ପାଇଁ । ମାସ୍କ ଲଗାଇ ନ ଥିବା ତଥା ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନ ଥିବା ଲୋକଙ୍କୁ ଧରି ଫାଇନ ଆଦାୟ କରାଯାଉଛି । ଏପରିକି ଅମାନିଆଙ୍କ ପ୍ରତି ପୁଲିସ ଅନେକ ସ୍ଥାନରେ ଦମନ ଲୀଳା ଚଳାଇଥିବା ଖବର ଓ ଦୃଶ୍ୟ ଦୃଷ୍ଟିକୁ ଆସିଛି । ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନକୁ ଏହି କଠୋର କିନ୍ତୁ ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଶଂସା କରାଯାଇଛି । କିନ୍ତୁ ନିକଟରେ ରାଉରକେଲାର ଏକ ଦୃଶ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଉରକେଲାରେ ହଜାର ହଜାର ସଂଖ୍ୟକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇଲେ । ଜୁଲୁସ ବାହାର କଲେ । ଜୁଲୁସର କାରଣ, ସେମାନଙ୍କ ସମ୍ପ୍ରଦାୟର ଜଣେ ନେତାଙ୍କୁ ହତ୍ୟା କରାଯାଇଥିଲା । ଅବଶ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ ପରିଛି, କିନ୍ତୁ ଏଥିରେ ଜୁଲୁସକାରୀଙ୍କ ମନ ଶାନ୍ତି ହୋଇନଥିଲା । ରାଉରକେଲା ତଥା ସୁନ୍ଦରଗଡରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜୁଲୁସକାରୀ ବାହାରିଲେ ରାଜରାସ୍ତାକୁ । ନାଁ ସେମାନଙ୍କ ମୁହଁରେ ମାସ୍କ ଥିଲା ନାହିଁ ଥିଲା ସାମାଜିକ ଦୂରତ୍ୱ । ଆଉ ସବୁଠାରୁ ବଡ କଥା ଏହି ଜୁଲୁସ ବାହାରି ଥିଲା ପୁଲିସ ପ୍ରଶାସନର ସହଯୋଗରେ । ଜୁଲୁସ କାଳରେ ପୁଲିସ ଜୁଲୁସକାରୀଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ଦେଖିବାକୁ ମଳିଥିଲା । ଜୁଲୁସ ପଛର କାରଣକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି । କିଏ କହୁଛନ୍ତି ନେତାଙ୍କ ହତ୍ୟା ବିରୋଧରେ ତ ପୁଣି କେହି କହୁଛନ୍ତି କରୋନା ସମୟରେ ମସଜିଦକୁ ଯିବାକୁ ବାରଣ କରିବାକୁ ନେଇ । ଆଉ କେହି କହୁଛନ୍ତି ତଗଲିକ ଜମାତିଙ୍କୁ କରୋନା ସଂକ୍ରମଣର କାରଣ କହି ଦେଶ ବ୍ୟାପୀ ଦେଖାଦେଇଥିବା ଆକ୍ରୋଶ ବିରୋଧରେ । କାରଣ ଯାହା ହେଉ ନା କାହିଁକି, ଏଠରେ ଆମର ପ୍ରଶ୍ନ ସାଧାରଣ ଲୋକଟିଏ କୌଣସି କାରଣରୁ ତରବରିଆ ଭାବେ ମ।।ସ୍କ ନ ପିନ୍ଧି ବାହାରକୁ ବାହାରିଲେ ପୁଲିସ ଜରିମାନା ଆଦାୟ କରୁଛି, ଲାଠି ପ୍ରହାର ଦେଉଛି । ସାମାଜିକ ଦୂରତାକୁ ନେଇ ମଧ୍ୟ ସମାନ ଦଣ୍ଡ ଦେଉଛି । ଅଥଚ ପୁଲିସ ପ୍ରଶାସନ ଆଗରେ ସାମାଜିକ ଦରତ୍ୱ କଟକଣାକୁ ପଛରେ ପକାଇ, ମାସ୍କ ନ ବାନ୍ଧି ହୋଇଥିବା ଜୁଳୁସ ବିରୋଧ କାହିଁ କୌଣସି ପଦକ୍ଷେପ ନିଆଯାଇ ନାହିଁ? ଏହା କଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିରପେକ୍ଷ, ସର୍ବ ଧର୍ମ ସମନ୍ୱୟର ଉଦାହରଣ? ତେବେ କଣ ଏହି ସମ୍ପ୍ରଦାୟ ନିକଟରେ ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନ ଡରିଯାଇଛନ୍ତି?

Related posts

ଏଣିକି ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ

mahabharatanews

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews

ଘରୋଇ ସହାୟିକାଙ୍କୁ ନିର୍ଯାତନା, ଅଭିନେତ୍ରୀ ରିୟା ତାଙ୍କ ସ୍ବାମୀଙ୍କୁ ଜେରା

mahabharatanews