ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଲକଡାଉନ, ଗାଇଡଲାଇନ ମଧ୍ୟରେ ଅଢେଇ ମାସରୁ ଅଧିକ ସମୟ ହେଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତ ଗହଳିପୂର୍ଣ୍ଣ ସ୍ଥାନ ଯେମିତି କି ମଲ, ସିନେମା ହଲ, ଜିମ୍, ଧର୍ମାନୁଷ୍ଠାନ ବନ୍ଦ । ବିବାହ ବ୍ରତରେ ଜନସମାଗମକୁ ବାରଣ କରାଯାଇଛି । ତେଣୁ ଲିଙ୍ଗରାଜଙ୍କ ରୁକୁଣା ରଥ ହୋଇପାରି ନାହିଁ । ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ମଧ୍ୟ ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଛି । ରଥ ଯାତ୍ରା ହେବକି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି । କାରଣ ଜନସମାଗମ ହେଲେ କରୋନା ଭୂତାଣୁର ସଂକ୍ରମଣ ବ୍ୟାପିବାର ଭୟ ରହିଛି । କରୋନାକୁ ପ୍ରତିହତ କରିବାକୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁୁ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ତେଣୁ ସବୁ ଜାଗାରେ ପୁଲିସ ସଜାଗ ପ୍ରହରୀ ପରି ଠିଆହୋଇଛି ସରକାରୀ ନିୟମାବଳୀ ଲାଗୁକରାଇବା ପାଇଁ । ମାସ୍କ ଲଗାଇ ନ ଥିବା ତଥା ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନ ଥିବା ଲୋକଙ୍କୁ ଧରି ଫାଇନ ଆଦାୟ କରାଯାଉଛି । ଏପରିକି ଅମାନିଆଙ୍କ ପ୍ରତି ପୁଲିସ ଅନେକ ସ୍ଥାନରେ ଦମନ ଲୀଳା ଚଳାଇଥିବା ଖବର ଓ ଦୃଶ୍ୟ ଦୃଷ୍ଟିକୁ ଆସିଛି । ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନକୁ ଏହି କଠୋର କିନ୍ତୁ ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଶଂସା କରାଯାଇଛି । କିନ୍ତୁ ନିକଟରେ ରାଉରକେଲାର ଏକ ଦୃଶ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଉରକେଲାରେ ହଜାର ହଜାର ସଂଖ୍ୟକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇଲେ । ଜୁଲୁସ ବାହାର କଲେ । ଜୁଲୁସର କାରଣ, ସେମାନଙ୍କ ସମ୍ପ୍ରଦାୟର ଜଣେ ନେତାଙ୍କୁ ହତ୍ୟା କରାଯାଇଥିଲା । ଅବଶ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ ପରିଛି, କିନ୍ତୁ ଏଥିରେ ଜୁଲୁସକାରୀଙ୍କ ମନ ଶାନ୍ତି ହୋଇନଥିଲା । ରାଉରକେଲା ତଥା ସୁନ୍ଦରଗଡରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜୁଲୁସକାରୀ ବାହାରିଲେ ରାଜରାସ୍ତାକୁ । ନାଁ ସେମାନଙ୍କ ମୁହଁରେ ମାସ୍କ ଥିଲା ନାହିଁ ଥିଲା ସାମାଜିକ ଦୂରତ୍ୱ । ଆଉ ସବୁଠାରୁ ବଡ କଥା ଏହି ଜୁଲୁସ ବାହାରି ଥିଲା ପୁଲିସ ପ୍ରଶାସନର ସହଯୋଗରେ । ଜୁଲୁସ କାଳରେ ପୁଲିସ ଜୁଲୁସକାରୀଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ଦେଖିବାକୁ ମଳିଥିଲା । ଜୁଲୁସ ପଛର କାରଣକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି । କିଏ କହୁଛନ୍ତି ନେତାଙ୍କ ହତ୍ୟା ବିରୋଧରେ ତ ପୁଣି କେହି କହୁଛନ୍ତି କରୋନା ସମୟରେ ମସଜିଦକୁ ଯିବାକୁ ବାରଣ କରିବାକୁ ନେଇ । ଆଉ କେହି କହୁଛନ୍ତି ତଗଲିକ ଜମାତିଙ୍କୁ କରୋନା ସଂକ୍ରମଣର କାରଣ କହି ଦେଶ ବ୍ୟାପୀ ଦେଖାଦେଇଥିବା ଆକ୍ରୋଶ ବିରୋଧରେ । କାରଣ ଯାହା ହେଉ ନା କାହିଁକି, ଏଠରେ ଆମର ପ୍ରଶ୍ନ ସାଧାରଣ ଲୋକଟିଏ କୌଣସି କାରଣରୁ ତରବରିଆ ଭାବେ ମ।।ସ୍କ ନ ପିନ୍ଧି ବାହାରକୁ ବାହାରିଲେ ପୁଲିସ ଜରିମାନା ଆଦାୟ କରୁଛି, ଲାଠି ପ୍ରହାର ଦେଉଛି । ସାମାଜିକ ଦୂରତାକୁ ନେଇ ମଧ୍ୟ ସମାନ ଦଣ୍ଡ ଦେଉଛି । ଅଥଚ ପୁଲିସ ପ୍ରଶାସନ ଆଗରେ ସାମାଜିକ ଦରତ୍ୱ କଟକଣାକୁ ପଛରେ ପକାଇ, ମାସ୍କ ନ ବାନ୍ଧି ହୋଇଥିବା ଜୁଳୁସ ବିରୋଧ କାହିଁ କୌଣସି ପଦକ୍ଷେପ ନିଆଯାଇ ନାହିଁ? ଏହା କଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିରପେକ୍ଷ, ସର୍ବ ଧର୍ମ ସମନ୍ୱୟର ଉଦାହରଣ? ତେବେ କଣ ଏହି ସମ୍ପ୍ରଦାୟ ନିକଟରେ ମୁଖ୍ୟମନ୍ତ୍ରୀ ତଥା ପୁଲିସ ପ୍ରଶାସନ ଡରିଯାଇଛନ୍ତି?
next post