ଭାରତ

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

(ଦିଲ୍ଲୀ)  : ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା । ଫୁଲକୋର୍ଟ ମିଟିଂରେ ମାନ୍ୟତା ଦେବାକୁ ନିଷ୍ପତ୍ତି  ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଅବସର ନେଇଛନ୍ତି ମୁରଲୀଧର । ୨୦୨୧ ଜାନୁଆରୀରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଥିଲେ ମୁରଲୀଧର । ସେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଲୟର ପୂର୍ବତନ ବିଚାରପତି ।

ସୂଚନାନୁଯାୟୀ, ସେ ପ୍ରଥମେ ମେ ୨୦୦୬ରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ବିଚାରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ମୁରଲୀଧର ନିଜ ୧୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବ- ହରିଆଣା ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି ।

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମାମଲା ରୁଜୁ   

mahabharatanews