(ମଧ୍ୟପ୍ରଦେଶ) : ଲୋକସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶର ଗୁନା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ସମୟରେ ପୁଣି ଥରେ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି ।
ବାସ୍ତବରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ଗୁନା ସାଂସଦ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଶୋକନଗର ଜିଲ୍ଲା ଅନ୍ତର୍ଗତ ଚାନ୍ଦେରୀରେ ଏକ ରୋଡ୍ ସୋ କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା । ରୋଡ୍ ସୋରେ ବହୁ ସଂଖ୍ୟକ କର୍ମୀ ଏବଂ ସେମାନଙ୍କ ସମର୍ଥକ ଅଂଶଗ୍ରହଣ କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଠାରେ ନିଜକୁ ଅଟକାଇ ପାରିନଥିଲେ ଏବଂ କର୍ମୀମାନଙ୍କ ଗହଣରେ ନିର୍ବାଚନୀ ଗୀତରେ ନାଚିଥିଲେ । ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରାର୍ଥୀମାନେ ପୂର୍ଣ୍ଣ ଉତ୍ସାହରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ, ୩ମେ’ ରାତିରେ ଗୁନା ଶିବପୁରୀ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ଅଶୋକ ନଗରରେ ରୋଡ ସୋ ସମୟରେ ପ୍ରଚାର ଗୀତରେ ନାଚିଲେ ।
