ଭାରତ

ତାଇୱାନରେ ନିଖୋଜ ଭାରତୀୟ ସୁରକ୍ଷିତ

(ତାଇୱାନ) : ଏପ୍ରିଲ ୩ରେ ତାଇୱାନରେ ଘଟିଥିବା ଭୟଙ୍କର ଭୂକମ୍ପରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବୁଧବାର ତାଇୱାନରେ ଘଟିଥିବା ଏହି ଭୂକମ୍ପ ଗତ ୨୫ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ସ୍ୱଷ୍ଟ ହୋଇଛି ।  ଏହି ସମୟ ମଧ୍ୟରେ ଦୁଇ ଜଣ ଭାରତୀୟଙ୍କ ସମେତ ଅନେକ ଲୋକ ନିଖୋଜ ଥିବା ଜଣାଯାଇଛି। ଯଦିଓ ଉଭୟ ଭାରତୀୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ସୂଚନା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।

ସୂଚନାନୁଯାୟୀ ,  ଭୂକମ୍ପ ପରେ ଆମେ ଦୁଇ ଜଣଙ୍କ ସହ ସମ୍ପର୍କ ସ୍ଥାପନ କରିପାରିଲୁ ନାହିଁ, କିନ୍ତୁ ବର୍ତ୍ତମାନ ଆମେ ସମ୍ପର୍କ ସ୍ଥାପନ କରିଛୁ, ଉଭୟ ସୁରକ୍ଷିତ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ତାଙ୍କ ସାପ୍ତାହିକ ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି। ତାଇୱାନର ଭୂକମ୍ପ ପ୍ରଭାବିତ ଲୋକଙ୍କ ସହ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକତା ପ୍ରକାଶ କରିଛନ୍ତି।

Related posts

ଢେଲା ନଦୀକୁ କାର୍ ଖସି, ୯ ମୃତ, ଜଣେ ନିଖୋଜ

mahabharatanews

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews

ଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା 

mahabharatanews