ଭାରତ

ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ , ୭ ମୃତ

(ମହାରାଷ୍ଟ୍ର) : ଶୁକ୍ରବାର ରାତିରେ ମହାରାଷ୍ଟ୍ରର ରାୟଗଡା ଜିଲ୍ଲାରେ ଥିବା ‌ଏକ ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ ଘଟିଛି । ଫଳରେ ନିଆଁ ଲାଗିଯିବାରୁ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୪ଜଣ ନିଖୋଜ ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି  ।

ସୂଚନାନୁଯାୟୀ ,ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ଏଥିରେ ବିସ୍ଫୋରଣ ଘଟିଥିଲା। ନିଆଁ ଲାଗିଲା ବେଳେ କାରଖାନାରେ ୫୭ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ପୁଲିସ କହିଛନ୍ତି, ଆମେ ୭ଜଣଙ୍କ ଶବ ପାଇଛୁ। ଆହୁରି ୪ଜଣଙ୍କର ପତ୍ତା ମିଳୁନାହିଁ। ବିଳମ୍ବିତ ରାତ୍ରରେ ନିଆଁ ଲିଭାଯାଇଥିଲେ ବି ଆଜି ସକାଳେ ଶବ ଉଦ୍ଧାର କରାଯାଇଛି ବୋଲି ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି।

Related posts

ଶ୍ରଦ୍ଧା କପୁରଙ୍କୁ ସମନ ଜାରି 

mahabharatanews

ରାତ୍ରିଭୋଜନରେ ଡାକି ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ

mahabharatanews

ଥମୁନି ମଣିପୁର ହିଂସା : ଆଜି ସାମ୍ବାଦିକ ସମ୍ମିଳନୀ କରିବେ ଅମିତ ଶାହା

mahabharatanews