ମନୋରଞ୍ଜନ

ସରିଲା ଖଳନାୟକ କବୀର ଦୁହାନଙ୍କ ବିବାହ

(ମୁମ୍ବାଇ) :  ବିବାହ ବନ୍ଧନରେ ବାନ୍ଧି ହେଲେ ଖଳନାୟକ କବୀର ଦୁହାନ୍। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ର କରି ଲୋକଙ୍କ ହୃଦୟ ଜିତିଥିବା ଅଭିନେତା କବୀର ଦୁହାନ୍ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି।ତେବେ ସେ କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ହରିୟାଣାର ଜଣେ ଶିକ୍ଷୟତ୍ରୀଙ୍କୁ ବିବାହ କରିଛନ୍ତି, ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ ,  କବୀର ଦୁହାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ସ୍ବତନ୍ତ୍ର ଫଟୋ ସେୟାର କରିଥିବା ଦେଖାଯାଇଛି। ଗୋଟିଏ ଫଟୋରେ କବୀର ଏବଂ ତାଙ୍କ ପତ୍ନୀ ମଞ୍ଚରେ ବରମାଲା ପକାଇ ଛିଡ଼ା ହୋଇଥିବା ସହ ଅନ୍ୟ ଏକ ଫଟୋରେ କବୀର ତାଙ୍କ ପତ୍ନୀଙ୍କୁ ସିନ୍ଦୁର ପିନ୍ଧାଉଥିବା ଦେଖାଯାଇଛି।

 

Related posts

ଫରହାନାଙ୍କୁ ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି ଅମାଲ୍

mahabharatanews

ନଗ୍ନ ଫଟୋସୁଟ୍‌ କଲେ ନକୁଲ ମେହେତା

mahabharatanews

 ୧୨ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେବେ ଈଶା ଦେଓଲ

mahabharatanews