ଭାରତ

 ଦିଲ୍ଲୀରେ ନଡ୍ଡାଙ୍କ ସହ କଙ୍ଗନା

(ହିମାଚଳ ପ୍ରଦେଶ) : ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଜଣାଶୁଣା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ତେବେ କଙ୍ଗନା ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି । ଏହି ସମୟରେ ଦଳ ତାଙ୍କୁ ଏକ ବାର୍ତ୍ତା ଦେଇଥିଲା ଯେ ପାର୍ଟି ତାଙ୍କ ସହ ଦୃଢ ଭାବରେ ଠିଆ ହୋଇଛି । ମଙ୍ଗଳବାର ଅପରାହ୍ନରେ କଙ୍ଗନା କହିଥିଲେ ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ଡାକିଛନ୍ତି।

ସୂଚନାନୁଯାୟୀ , ବୈଠକ ପରେ କଙ୍ଗନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜେପି ନଡ୍ଡାଙ୍କ ସହ ଏକ ଫଟୋ ସେୟାର କରି ଏକ ପୋଷ୍ଟ କରିଥିଲେ।“ଆଜି ମୁଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜୀଙ୍କୁ ଭେଟିଥିଲି। ତାଙ୍କ ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ ମୁଁ ସର୍ବଦା କୃତଜ୍ଞ, ମୁଁ ମୋ ଅଞ୍ଚଳ ମଣ୍ଡିର ପ୍ରଗତି ତଥା ସମୃଦ୍ଧତା ପାଇଁ କଠିନ ପରିଶ୍ରମ କରିବି। ସେହିପରି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ କଙ୍ଗନା କହିଛନ୍ତି ଯେ ସେ ଏହାର ଉତ୍ତର ଦେଇଛନ୍ତି। ଏହି ପ୍ରସଙ୍ଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟାନ୍ୟ ବିଷୟ ଉପରେ କଙ୍ଗନା କହିଛନ୍ତି ଯେ ବର୍ତ୍ତମାନ ସେ ବିଜେପିରେ ଅଛନ୍ତି ଏବଂ ତାଙ୍କୁ ଦଳର ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ।

Related posts

ମଣିପୁର ହିଂସା : ୧୨ ଆତଙ୍କବାଦୀଙ୍କୁ ମୁକ୍ତ କଲା ସୁରକ୍ଷାବାହିନୀ 

mahabharatanews

ଆସନ୍ତାକାଲିଠୁ ଲଗାଯିବ କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ 

mahabharatanews

ମହମରେ ବାବା ରାମଦେବ

mahabharatanews