ରାଜନୀତି

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ କଙ୍ଗନାଙ୍କ ମା’ ଆଶା

(ମୁମ୍ବାଇ): ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ପରେ କଙ୍ଗନା କ୍ଷୁବ୍ଧ ଅଛନ୍ତି । ତେବେ ମୁମ୍ବାଇ ପାଲିହିଲ୍ ସ୍ଥିତ ମଣିକର୍ଣ୍ଣିକା ଫିଲ୍ମ ଅଫିସର କିଛି ଅଂଶକୁ ବେଆଇନ୍ ଦର୍ଶାଇ ବିଏମସି ଭାଙ୍ଗିଦେଇଛି । ଏହି ମାମଲାକୁ ନେଇ ସୋସିଆଲ ମିଡ଼ିଆର ମାହୋଲ ସରଗରମ ରହିଛି । ଏହାପରେ କଙ୍ଗନା ଲଗାତାର ସୋସିଆଲ ମିଡ଼ିଆରେ ମହାରାଷ୍ଟ୍ର ସରକାରଙ୍କ ଉପରେ ଶବ୍ଦ ବାଣରେ ହମଲା କରିଛନ୍ତି । କଙ୍ଗନାଙ୍କ ବିରୋଧରେ ହୋଇଥିବା ଏହି କାର୍ୟ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ମା ଆଶା ରଣାୱତ ମଧ୍ୟ ଉଦ୍ଧବ ସରକାରଙ୍କୁ ନିନ୍ଦିଛନ୍ତି । ଏଥିସହ କଙ୍ଗନାଙ୍କ ମା’ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ କଙ୍ଗନାଙ୍କ ମା’ ଆଶା କହିଛନ୍ତି ଯେ, ତାଙ୍କ ଝିଅ ସହ ମୁମ୍ବାଇରେ ଯାହା ଘଟିଛି ସେଥିପାଇଁ ଆଜି ସାରା ଦେଶ ତାଙ୍କ ଝିଅ ସପକ୍ଷରେ ଛିଡା ହୋଇଛି । ତାଙ୍କ ମା’ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ୱାଇ ପ୍ଲସ୍ ସୁରକ୍ଷା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ କହିଥିଲେ ଯେ ମୁମ୍ବାଇରେ ତାଙ୍କ ଝିଅ କଙ୍ଗନାଙ୍କ ଜୀବନ ପ୍ରତି ବିପଦ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ସରକାର କିଭଳି ପ୍ରତିଶୋଧ ଭାବନା ରଖିଛନ୍ତି ତାହା ସାରା ଦେଶ ଦେଖିପାରୁଛି । ତେବେ ମା’ ଆଶା ଦେବୀ କଂଗ୍ରେସକୁ ଟାର୍ଗେଟ କରି କଂଗ୍ରେସ ଛାଡି ସେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଘଟଣା ପରେ ଗୁରୁବାର ଦିନ କଙ୍ଗନାଙ୍କ ମା’ ଆଶା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

Related posts

ଆନ୍ଧ୍ର ୧୯୫୨ରୁ କୋଟିଆରେ ନିର୍ବାଚନ କରାଉଛି

mahabharatanews

ଖୁବ ଶୀଘ୍ର ରଜନୀକାନ୍ତ ଘୋଷଣା କରିବେ ତାଙ୍କ ଦଳ

mahabharatanews

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଘନିଷ୍ଠ ସହଯୋଗୀଙ୍କ ଘରୁ ବାହରିଲା ବନ୍ଧୁକ

mahabharatanews