ଭାରତ

 ଗୋମାଂସ ଖାଇବାକୁ ନେଇ ମୁହଁ ଖୋଲିଲେ କଙ୍ଗନା

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ତଥା  ରାଜନେତ୍ରୀ କଙ୍ଗନା ରାନାୱତ ଏବେ ହିମାଚଳର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଟିକେଟ ମିଳିବା ପରଠାରୁ ବି‌ରୋଧୀଙ୍କ ଟାର୍ଗେଟକୁ ଆସୁଥିବା କଙ୍ଗନା ଗୋମାଂସ ଖାଆନ୍ତି ବୋଲି ଦାବି କରାଯାଇଥିଲା। ଏବେ ଏହାକୁ ମିଛ ବୋଲି କଙ୍ଗନା କହିଛନ୍ତି।

ସେ କହିଛନ୍ତି, “ମୁଁ ଗୋମାଂସ କିମ୍ବା ଅନ୍ୟ କୌଣସି ପ୍ରକାରର ଲୋହିତ ମାଂସ ଖାଏ ନାହିଁ। ଏହା ଲଜ୍ଜାଜନକ ଯେ ମୋ ବିଷୟରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଗୁଜବ ପ୍ରଚାରିତ ହେଉଛି। ମୁଁ ଦଶନ୍ଧି ଧରି ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି। ବର୍ତ୍ତମାନ ଏଭଳି କୌଣସି ଆରୋପ ମୋ ଭାବମୂର୍ତ୍ତି ଖରାପ କରିପାରିବ ନାହିଁ। ମୋର ଲୋକମାନେ ମୋତେ ଭଲ ଭାବେ ଜାଣନ୍ତି। ଜୟ ଶ୍ରୀ ରାମ। ‘

Related posts

ସୀମାରେ ପଶୁଥିଲେ ଆତଙ୍କୀ, ପଣ୍ଡ କଲା ସେନା

mahabharatanews

ଶ୍ୱାସ ପାଇଁ ହନ୍ତସନ୍ତ ରାଜଧାନୀବାସୀ ,ଦୁଇ ଦିନ ସ୍କୁଲ ବନ୍ଦ 

mahabharatanews

ରକେଟ୍ ଲଞ୍ଚିଂ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ ଭାରତୀୟ ସେନା

mahabharatanews