ରାଜନୀତି

କଂଗ୍ରେସରେ ସାମିଲ ହେଲେ କହ୍ନେୟା

ନୂଆଦିଲ୍ଲୀ: ଜେଏନ୍ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଯୁବ ସିପିଆଇ ନେତା କହ୍ନେୟା କୁମାର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ମଧ୍ୟ ତାଙ୍କ ସହ ହାତ ଦଳରେ ଯୋଗଦେଇଛନ୍ତି ।
ଉଭୟଙ୍କ ମିଶ୍ରଣ ପର୍ବ ପାଇଁ ଅ।।ଜି ଏଆଇସିସି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ ହୋଇଥିଲା। କହ୍ନେୟା ପ୍ରଥମେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଓ ପରେ ଦଳରେ ସାମିଲ ହୋଇଥିଲେ ବିଦ୍ଧିବଦ୍ଧଭ।।ବେ । ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ବ୍ୟତୀତ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲା, ବରିଷ୍ଠ ନେତା କେକେ ଭେନୁଗୋପାଲ ଓ ବହୁ ପ୍ରମୁଖ ନେତା ଉପସ୍ଥିତ ଥିଲେ।
କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ବିହାର ରାଜନୀତି ସମ୍ଭାଳିବାକୁ ଛାଡିବ । ତାଙ୍କୁ ବିହାରରେ ଭୁଶୁଡି ପଡିଥିବା କଂଗ୍ରେସ ଗଡ ଠିଆ କରିବାର ଗୁରୁ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି । ଅନ୍ୟପଟେ ପାଟନାରେ ଥିବା ରାଜ୍ୟ ଶାଖା କାର୍ଯ୍ୟାଳୟରେ ଏକ ଏସି ନିଜ ବ୍ୟକ୍ତିଗତ ଅର୍ଥରେ ଲଗାଇଥିଲେ । ସିପିଆଇ ଛାଡିବା ପୂର୍ବରୁ ସେ ଅଫିସରୁ ସେହି ଏସିକୁ ଖୋଲି ନେଇ ଯାଇଥିଲେ।

 

Related posts

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews

ମହାରାଷ୍ଟ୍ରରେ ମହାୟୁତିର ବିଜୟ : ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା

mahabharatanews