ଓଡିଶା

ମାଓବାଦୀଙ୍କ ସହ ଲଢ଼ି ୨ ଯବାନ ସହିଦ

(କଣିହାଁ /ଜ୍ୟୋତିରଞ୍ଜନ ଧର): ମାଓବାଦୀ ସହିତ ଲଢେଇ କରି ଅନୁଗୋଳ ମାଟିର ପୁଅ ସହୀଦ ହୋଇଛନ୍ତି । ଏହି ଖବର ପାଇବା ମାତ୍ରେ ସମଗ୍ର ଜିଲ୍ଲାରେ ଶୋକାକୁଳ ବାତାବରଣ ଖେଳିଯାଇଛି । ସୂଚନାରୁ ପ୍ରକାଶ ଯେ, ଗତକାଲି କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୫ ମାଓବାଦୀ ନିପାତ ହୋଇଥିବା ବେଳେ ୨ ଯବାନ ସହିଦ ହୋଇଛନ୍ତି । ଏହି ସହିଦଙ୍କ ମଧ୍ୟରେ ଜଣେ ଅନୁଗୋଳ ଜିଲ୍ଲାର ପୁଅ ରହିଛନ୍ତି ।
ସୁଚନା ଯେ, କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିରିକ ଜଙ୍ଗଲରେ ଗତକାଲି ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ବେଳେ ଯବାନ ମାନଙ୍କ ଗୁଳିରେ ୫ ମାଓବାଦୀ ଘଟଣା ସ୍ଥଳରେ ଟଳି ପଡିଥିଲେ । ତେବେ ୨ ଜଣ ଯବାନ ଗୁରୁତର ହୋଇଥିବା ବେଳେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଥିଲେ । ଦୁଇ ସହିଦ ଯବାନ ହେଲେ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁ ବୋଲି ସୂଚନା ମିଳିଛି । ଦେବାଶିଷ ସେଠୀଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା । ସେ ସହିଦ ହୋଇଥିବା ଖବର ଜଣା ପଡିବା ପରେ ଗାଁ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଗାଁ ରେ ପହଞ୍ଚିବ ବୋଲି ସୂଚନା ରହିଛି ।

ବୁଧବାର ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା । ସେହି ସମୟରେ ଉଭୟ ପୁଲିସ ଓ ମାଓବାଦୀ ଉଭୟଙ୍କ ପଟୁ ଗୁଳିବିନିମୟ ହୋଇଥିଲା । ଯାହା ଫଳରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି।

Related posts

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା 

mahabharatanews