ଓଡିଶା

ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

(ଅଜିତ କୁମାର ସାହୁ/ଜଳେଶ୍ବର): ଦିନକୁ ଦିନ ୬୦ନମ୍ବର ଜାତୀୟ ରାଜପଥ ସାଜୁଛି ମରଣଯନ୍ତା। ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥର ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ ଧକ୍କାରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ସେହିପରି ବସ୍ତା ଥାନା ଭେଲୋରା ଛକ ନିକଟରେ ଟ୍ରକ ଚାପରେ ଜଣେ ବାଇକ ଅରୋହି ମୃତ୍ୟୁ ହୋଇଛି । ଭେଲୋରା ଛକ ନିକଟରେ ରାସ୍ତା ଖରାପ ପାଇଁ ବାରମ୍ବାର ଦୁର୍ଘଟଣାରେ ଜୀବନ ଯାଉଥିଲେ ବି ରାସ୍ତା ମରାମତି କରା ଯାଉନାହିଁ ବା ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଯାହାକୁ କେନ୍ଦ୍ର କରି ଏଠାରେ ଉତ୍ତେଜନା ଦେଖାଦେଇଥିଲା । ପରେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Related posts

ହାଇୱାକୁ ଧକ୍କା ଦେଇ 108 ଆମ୍ବୁଲାନ୍ସ୍ ଦୁର୍ଘଟଣା, ହେଲପର ମୃତ

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews

କରୋନା ପାଇଁ ଆଖଣ୍ଡଳମଣି ମନ୍ଦିରରେ ପ୍ରସ୍ତୁତି ବୈଠକ

mahabharatanews