ଓଡିଶା

ମାଓବାଦୀଙ୍କ ସହ ଲଢ଼ି ୨ ଯବାନ ସହିଦ

(କଣିହାଁ /ଜ୍ୟୋତିରଞ୍ଜନ ଧର): ମାଓବାଦୀ ସହିତ ଲଢେଇ କରି ଅନୁଗୋଳ ମାଟିର ପୁଅ ସହୀଦ ହୋଇଛନ୍ତି । ଏହି ଖବର ପାଇବା ମାତ୍ରେ ସମଗ୍ର ଜିଲ୍ଲାରେ ଶୋକାକୁଳ ବାତାବରଣ ଖେଳିଯାଇଛି । ସୂଚନାରୁ ପ୍ରକାଶ ଯେ, ଗତକାଲି କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୫ ମାଓବାଦୀ ନିପାତ ହୋଇଥିବା ବେଳେ ୨ ଯବାନ ସହିଦ ହୋଇଛନ୍ତି । ଏହି ସହିଦଙ୍କ ମଧ୍ୟରେ ଜଣେ ଅନୁଗୋଳ ଜିଲ୍ଲାର ପୁଅ ରହିଛନ୍ତି ।
ସୁଚନା ଯେ, କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିରିକ ଜଙ୍ଗଲରେ ଗତକାଲି ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ବେଳେ ଯବାନ ମାନଙ୍କ ଗୁଳିରେ ୫ ମାଓବାଦୀ ଘଟଣା ସ୍ଥଳରେ ଟଳି ପଡିଥିଲେ । ତେବେ ୨ ଜଣ ଯବାନ ଗୁରୁତର ହୋଇଥିବା ବେଳେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଥିଲେ । ଦୁଇ ସହିଦ ଯବାନ ହେଲେ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁ ବୋଲି ସୂଚନା ମିଳିଛି । ଦେବାଶିଷ ସେଠୀଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା । ସେ ସହିଦ ହୋଇଥିବା ଖବର ଜଣା ପଡିବା ପରେ ଗାଁ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଗାଁ ରେ ପହଞ୍ଚିବ ବୋଲି ସୂଚନା ରହିଛି ।

ବୁଧବାର ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା । ସେହି ସମୟରେ ଉଭୟ ପୁଲିସ ଓ ମାଓବାଦୀ ଉଭୟଙ୍କ ପଟୁ ଗୁଳିବିନିମୟ ହୋଇଥିଲା । ଯାହା ଫଳରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି।

Related posts

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ନୀଳାଚଳ ସାରସ୍ୱତ ସଂଘର 58ତମ ବାର୍ଷିକ ସଂଘାଧିବେଶନ ଅନୁଷ୍ଠିତ

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews