(ମୁମ୍ବାଇ) : କପିଲ ଶର୍ମାଙ୍କୁ ନେଇ ଫିଲ୍ମ କରୁଛନ୍ତି ଓଡ଼ିଶାର ଅନ୍ତର୍ଜାତୀୟ ସିନେ ନିର୍ମାତା ନନ୍ଦିତା ଦାସ । ଯାହାର ସୁଟିଂ ଏବେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି । ଏଥିରେ କପିଲ ଜଣେ ଫୁଡ୍ ଡେଲିଭରୀ ବୟର ଭୂମିକାରେ ଅଭିନୟ କରିବେ । ଆପ୍ଲାଉଜ୍ ଏଣ୍ଟରଟେନ୍ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି ।
କପିଲ କହିଛନ୍ତି, ମୁଁ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ । କାରଣ ମୁଁ ଫିଲ୍ମରେ ଭୂମିକା ନିର୍ବାହ କରୁଥିବାରୁ ନୁହେଁ, ବରଂ ମୁଁ ନନ୍ଦିତା ଦାସଙ୍କ ଫିଲ୍ମରେ ଅଭିନୟ କରୁଛି । ଶାହାନା କହିଛନ୍ତି, ନନ୍ଦିତା ମୋତେ ଏହି ଯାତ୍ରାର ଅଂଶ କରିଥିବାରୁ ମୁଁ କୃତଜ୍ଞ । ଭାରତୀୟ ସିନେ ଜଗତରେ ଜଣେ ସଫଳ ଏବଂ ଶ୍ରେଷ୍ଠ ସିନେ ନିର୍ମାତା, ଅଭିନେତା ମଧ୍ୟରେ ନନ୍ଦିତା ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।