ଓଡିଶା

କପ୍ତିପଦା ଉପଖଣ୍ଡରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

(ଦୀପକ ମିଶ୍ର/ଉଦଳା): କୋଭିଡ କଟକଣା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଉପଖଣ୍ଡରେ ଉଦଳା ହାଇସ୍କୁଲ ପଡିଆ ଠାରେ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ନାନିତ କରାଯାଇଥିଲା । କୋଭିଡ ନିୟମ ଅନୁଯାୟୀ କେବଳ ଜାତୀୟ ସଙ୍ଗୀତ ଓ ଉପଜିଲ୍ଲାପାଳଙ୍କ ଅଭିଭାଷଣରେ ସ୍ୱାଧୀନତା ଦିବସ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦଳା ବିଧାୟକ ଭାସ୍କର ମଢେଇ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେଦାରନାଥ ସାହୁ, ସହକାରୀ ଜିଲ୍ଲାପାଳ ଗୌରହରି ମହାନ୍ତ, ପୋଲିସ ଓ ଗଣମାଧ୍ୟମ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ଉଦଳା ଉପକାରାଗାରକୁ ଯାଇ ବୃକ୍ଷ ରୋପଣ କରିଥିଲେ ।

Related posts

୭୦ ଲକ୍ଷରେ ୧୭ଟି ମାଛ 

mahabharatanews

ସ୍କୁଟିକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ, ୨ ମୃତ

mahabharatanews

ଜାତୀୟ ସେବା ଯୋଜନା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

mahabharatanews