ଓଡିଶା

କରୋନା: ୫ ସ୍କୁଲରେ ଚାଲିଛି ନମୁନା ସଂଗ୍ରହ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି କୋଭିଡ-୧୯ ଟେଷ୍ଟ ପାଇଁ ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍‌ରେ ୫ଟି ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି। ଭୁବନେଶ୍ୱରରେ ୪୦୦୦ ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଥିବ ଓ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ୍ କରାଯିବ।

ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଯାଏ ଚାଲିବ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ। ଏହି ସମୟରେ ସ୍କୁଲ୍‌ର ଦୁଇ ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ଓ୍ୱାଚ୍‌ମ୍ୟାନ୍‌ ଉପସ୍ଥିତ ରହିବେ। ଏନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Related posts

ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

କ୍ରିକେଟ ଖେଳ ସମୟରେ ବାଇକ ଓ ସାଇକେଲ ଜବତ କଲା ପାଟଣା ପୋଲିସ

mahabharatanews