ଓଡିଶା

ଓଡ଼ିଶାରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଗିରଫ 

(ଭୁବନେଶ୍ୱର) : ଓଡ଼ିଶାରୁ ଗିରଫ ହେଲା କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡ଼ିଶାରୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ଯାଜପୁର ଜିଲ୍ଲା ନେଉଳପୁରରୁ କାଶ୍ମୀର ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ଏହାସହ ତା ପାଖରୁ ବହୁ ବିଦେଶୀ ନକଲି କାଗଜ ପତ୍ର ମଧ୍ୟ ଜବତ କରାଯାଇଛି ।

ସୂଚନାନୁଯାୟୀ , ସେ ଦୀର୍ଘ ଦିନ ହେବ ନିଜରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ତାର ୬ ରୁ ୭ଟି ସ୍ତ୍ରୀ ଥିବା ନେଇ ମଧ୍ୟ ସୂଚନା ରହିଛି ।

Related posts

ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

mahabharatanews

ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଦୂର୍ଘଟଣାରେ ବାଇକ ଆରୋହୀ ଗୁରୁତର

mahabharatanews