ଓଡିଶା

ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ : ଶ୍ରାବଣ ତୃତୀୟ ସୋମବାରରେ ବଡ଼ ଅଘଟଣ । ଜଳଲାଗି କରିବା ପୂର୍ବରୁ ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଲାଗିଥିବା ବେଳେ କଟକ ମହାନଦୀରେ ଭାସିଗଲେ କାଉଡ଼ିଆ । କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ ଅଛନ୍ତି।

ନିଖୋଜ ଯୁବକ ତିନିଘରିଆର ବିଶ୍ବଜିତ ବେହେରା। ଆଜି ଶ୍ରାବଣ ସୋମବାରରେ ସେ ମହାଦେବଙ୍କୁ ଜଳଲାଗି କରିଥାନ୍ତେ। ହେଲେ ଏହାପୂର୍ବରୁ ଅଘଟଣ ଘଟିଛି। ଘଟଣା ସଂପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଛି। ଗତକାଲି ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ଥିଲା। ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।

ଗତ ରବିବାର ମଧ୍ୟ ଗଡ଼ଗଡ଼ିଆ ଘାଟରେ ଭୁବନେଶ୍ବରର ଜଣେ କାଉଡ଼ିଆ ମହାନଦୀରେ ଭାସିଯାଇ ପ୍ରାଣ ହରାଇଥିଲେ। କେବଳ କଟକ ନୁହେଁ ଅନେକ ସ୍ଥାନରେ କାଉଡିଆଙ୍କ ମୃତ୍ୟୁ ହୋଉଥିବା ଖବର ଆସିଛି।

Related posts

ହଷ୍ଟେଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଗର୍ଭବତୀଙ୍କୁ ଖଟିଆରେ ୩୦ କିମି ବୋହିଲେ ଡାକ୍ତର

mahabharatanews

ଖୋଲାଯିବ ୬ଟି ଗେଟ୍

mahabharatanews