Uncategorized

କେଜରିୱାଲଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଆମ ଆଦମୀ ପାର୍ଟି (ଆପ) ବିଦାୟକ ତଥା ମୁଖପାତ୍ର ରାଘବ ଚଢା ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଧନ୍ୟବାଦ ଭଗବାନ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କୋଭିଡ-୧୯ ଟେଷ୍ଟ ନେଗେଟିଭ ଆସିଛି ।
ରବିବାର ଦିନ କେଜରିୱାଲଙ୍କୁ ଥଣ୍ଡା ସହ ଗଳା ଫୁଲିବାରୁ ସେ ସେଲ୍ଫ ଆଇସୋଲେସନରେ ରହିବା ସହ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । କରୋନା ଲକ୍ଷଣ ଦେଖା ଦେବାରୁ କେଜରିୱାଲ ତାଙ୍କ ଗଣମାଧ୍ୟମ ସହ ବୈଠକ ଓ ଅନ୍ୟାନ୍ୟ ବୈଠକ ବାତିଲ କରିଦେଇଥିଲେ ।
ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯,୯୪୩ କୋଭିଡ-୧୯ କେଶ ରହିଛି । ସେଥିମଧ୍ୟରୁ ୧୭୭୧୨ଟି ସକ୍ରିୟ ଥିବା ବେଳେ ୧୧୩୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୭୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Related posts

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ହଲିଉଡ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା

mahabharatanews

ମେକଅପ ନେଉଥିବା କର୍ମଜୀବୀ ମହିଳାଙ୍କ ପାଇଁ ୫ଟି ଟିପ୍ସ

mahabharatanews