Uncategorized

ହୋଟେଲରେ ବସି ଖାଇବାକୁ କେରଳ ସରକାର ଦେଲେ ନିର୍ଦ୍ଦେଶ

ତିରୁଅନନ୍ତପୁରମ: କେରଳ ସରକାର ରାଜ୍ୟରେ ହୋଟେଲରେ ବସି ଖାଇବାକୁ ଲୋକଙ୍କୁ ଅନୁମତି ଦେବାର ପ୍ରଥମ ଦିନରେ ମାତ୍ର ହାତ ଗଣତି କିଛି ହୋଟେଲ ଖୋଲିଥିବା ଦେଖିବାକୁ ମଳିଛି । ତଥାପି ଅଧିକାଂଶ ହୋଟେଲ ଲୋକଙ୍କୁ ଭିତରେ ଖାଇବାକୁ ଅନୁମତି ଦେବା ଅପେକ୍ଷାରେ । କେବଳ ୫୦ ପ୍ରତିଶତ ହୋଟେଲ ଲୋକଙ୍କୁ ଏହି ସୁବିଧା ଦେବାରେ ସକ୍ଷମ ହୋଇଛନ୍ତି । କାରଣ ହୋଟେଲରେ କାମ କରୁଥିବା କର୍ମଚାରୀର ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଥିଲେ, ଯେଉଁମ।।ନେ ଏହା ମଧ୍ୟରେ ନିଜ ରାଜ୍ୟକୁ ଫେରିଯାଇଛନ୍ତି ।
ରାଜ୍ୟରେ ହୋଟେଲ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରି ଯାଇଥିବାରୁ କର୍ମଚାରୀ ଅଭାବ ଦେଖା ଦେଇଛି । ତେଣୁ ରାଜ୍ୟର ମାତ୍ର ୫୦ ପ୍ରତିଶତ ହୋଟେଲ କାର୍ଯ୍ୟକ୍ଷମ ହୋଇଛି । ଏଥିନେଇ ହୋଟେଲ ସବୁ କେବଳ ଖାଦ୍ୟ ପାର୍ସଲ ଦେବାକୁ ପସନ୍ଦ କରୁଛନ୍ତି । ତେଣୁ ସମସ୍ତ ହୋଟେଲ ଓ ରେଷ୍ଟିରାଣ୍ଟ ଶିଳ୍ପ ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

Related posts

ଖୋଲିବାକୁ ଥିବା କାରଖାନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା

mahabharatanews

ସୁପ୍ରିମ କୋର୍ଟ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews

ଯୋଗୀ ଆଦିତ୍ୟନାଥଙ୍କ ପିତା ଏମ୍ସରେ ଭର୍ତ୍ତି

mahabharatanews