Uncategorized

ହୋଟେଲରେ ବସି ଖାଇବାକୁ କେରଳ ସରକାର ଦେଲେ ନିର୍ଦ୍ଦେଶ

ତିରୁଅନନ୍ତପୁରମ: କେରଳ ସରକାର ରାଜ୍ୟରେ ହୋଟେଲରେ ବସି ଖାଇବାକୁ ଲୋକଙ୍କୁ ଅନୁମତି ଦେବାର ପ୍ରଥମ ଦିନରେ ମାତ୍ର ହାତ ଗଣତି କିଛି ହୋଟେଲ ଖୋଲିଥିବା ଦେଖିବାକୁ ମଳିଛି । ତଥାପି ଅଧିକାଂଶ ହୋଟେଲ ଲୋକଙ୍କୁ ଭିତରେ ଖାଇବାକୁ ଅନୁମତି ଦେବା ଅପେକ୍ଷାରେ । କେବଳ ୫୦ ପ୍ରତିଶତ ହୋଟେଲ ଲୋକଙ୍କୁ ଏହି ସୁବିଧା ଦେବାରେ ସକ୍ଷମ ହୋଇଛନ୍ତି । କାରଣ ହୋଟେଲରେ କାମ କରୁଥିବା କର୍ମଚାରୀର ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଥିଲେ, ଯେଉଁମ।।ନେ ଏହା ମଧ୍ୟରେ ନିଜ ରାଜ୍ୟକୁ ଫେରିଯାଇଛନ୍ତି ।
ରାଜ୍ୟରେ ହୋଟେଲ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରି ଯାଇଥିବାରୁ କର୍ମଚାରୀ ଅଭାବ ଦେଖା ଦେଇଛି । ତେଣୁ ରାଜ୍ୟର ମାତ୍ର ୫୦ ପ୍ରତିଶତ ହୋଟେଲ କାର୍ଯ୍ୟକ୍ଷମ ହୋଇଛି । ଏଥିନେଇ ହୋଟେଲ ସବୁ କେବଳ ଖାଦ୍ୟ ପାର୍ସଲ ଦେବାକୁ ପସନ୍ଦ କରୁଛନ୍ତି । ତେଣୁ ସମସ୍ତ ହୋଟେଲ ଓ ରେଷ୍ଟିରାଣ୍ଟ ଶିଳ୍ପ ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

Related posts

୭୦ ବର୍ଷୀୟ ବୃଦ୍ଧାଙ୍କ କାନ୍ଧରେ, ୬୫ବର୍ଷୀୟ ବୃଦ୍ଧା ପତ୍ନୀ

mahabharatanews

ଆମେରିକାରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ, ୩୭ ହଜାର ଟପିଲା ମୃତ୍ୟୁ

mahabharatanews

ମହାଭିଯୋଗ ଉପରେ ଟ୍ରମ୍ପଙ୍କ ଜବାବ

mahabharatanews

Leave a Comment