ଓଡିଶା

କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା କରୋନା ସଂକ୍ରମିତ

(ମହାଭାରତ, ଭୂବନେଶ୍ୱର): ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଜେଡି ବିଧାୟକ ଶଶୀଭୂଷଣ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଫେସବୁକରେ ସୂଚନା ଦେଇଛନ୍ତି । ଆଜି ସେ କୋଭିଡ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ନିଜର କୋଭିଡ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି । ପ୍ରକାଶଥାଉ କି, ଏବେ ସୁଦ୍ଧା ରାଜ୍ୟରେ ୨୫ ଜଣ ବିଧାୟକ ଓ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।

Related posts

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶି

mahabharatanews

ଟ୍ରକ୍ ଦୂର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

mahabharatanews

Leave a Comment