ଓଡିଶା

ଝୁଲନ୍ତା ମୃତ ଦେହ ଉଦ୍ଧାର

ଗୋପ: ଗୁରୁବାର ଅପରାହ୍ନରେ ରାମଚଣ୍ଡୀ ଥାନା ଅଧୀନ ବାଲିକପିଳେଶ୍ୱର ମନ୍ଦିର ପୀଠ ସଂଲଗ୍ନ ଜଙ୍ଗଲରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ଲୋକମାନେ ଜଙ୍ଗଲରେ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ରାମଚଣ୍ଡୀ ଥାନାଧିକାରିଣୀ ନିଳିମା ପଟନାୟକ ଓ ସହ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ ।

ଖବରରୁ ପ୍ରକାଶ ଗୋପ ଥାନା ଅଧୀନ ସୁଜାନଗର ଗ୍ରାମର ଅନାଦି ସାହୁ ଓ ତାଙ୍କ ସ୍ତ୍ରୀ ବୀଣା ସାହୁ (୪୨) ଗତ ୧୫ବର୍ଷ ହେଲାଣି କପିଲେଶ୍ୱର ଛକରେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ ଜଙ୍ଗଲ ମଧ୍ୟରେ ଥିବା ଏକ ଆକାଶି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ବୀଣାଙ୍କ ମୃତ ଶରୀରକୁ ବ୍ୟବଚ୍ଚେଦ ନିମନ୍ତେ ପୁରୀ ପଠାଇବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ମୃତ ବୀଣାଙ୍କର ୧୬ବର୍ଷର ଝିଅ ଓ ୪ବର୍ଷର ପୁଅ ଥିବା ଜଣା ପଡିଛି ।

Related posts

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ବରୀ ବାସୀଙ୍କ ପାଇଁ ରାଜ ରାସ୍ତା ରେ ବସିବୁ : ବିଜେପି

mahabharatanews

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews