ଥିରୁଭନନ୍ଥପୁରମ: ବିଶ୍ୱରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା କୋରୋନା ଭୂତାଣୁରେ କେରଳରେ ହାଇ ଆଲର୍ଟ ସ୍ଥିତିରେ ପହଁଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ କୋରୋନା ଭୂତାଣୁରେ ପ୍ରଭାବିତ ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୮ ଜଣ ରାଜ୍ୟରେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେ ୨୮୧ ଜଣ ଘରେ ଚିକିତ୍ସିତ ହେବା ସହ ଦେଖାଶୁଣାରେ ରହିଛନ୍ତି ।
ଗୃହ ନଜର ବନ୍ଦୀ ଥିବା ପୀଡିତଙ୍କ ଠାରେ କୋରୋନର ଲକ୍ଷଣ ଦେଖିବାକୁ ମିଳିଛି, ସେସବୁ ମଧ୍ୟରେ ସେମାନଙ୍କଠାରେ ଜ୍ୱର, ଶ୍ୱାସ କ୍ରିୟାରେ ସମସ୍ୟା ପରି ଲକ୍ଷଣ ରହିଛି । ତେବେ ଅଦ୍ୟାବଧି କୌଣସି ପଜିଟିଭ କେଶ ସାମ୍ନାକୁ ଆସିନାହିଁ । ଅପରପକ୍ଷରେ କେନ୍ଦ୍ରରୁ ଏକ ଡାକ୍ତରୀ ଦଳ କୋଚି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିଛି । ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ଡ. ପୁଷ୍ପେନ୍ଦ୍ର ବର୍ମା, ସବଦର୍ଜଂ ହସ୍ପିଟାଲର ଡ. ରମେଶ ମିନା, ଡ ସୌକତ ଅଲ୍ଲୀ, ଡ ହକସା କୋୟା ପ୍ରମୁଖ ଏହି ଦଳରେ ସାମିଲ ହୋଇଛନ୍ତି । ତଥ୍ୟ ଅନୁଯାୟୀ, ରାଜ୍ୟର କେ।।ଝିକୋଡକୁ ସର୍ବାଧିକ ୭୨ ଜଣ କୋରୋନା ଭୂତାଣୁ ସଂକ୍ରମିତ ସ୍ଥାନରୁ ଲୋକ ଆସିଛନ୍ତି ।
previous post
next post