Uncategorized

ମହାରାଷ୍ଟ୍ର ସରକାରକୁ ସୁପ୍ରିମ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ କୋର୍ଟ ମହାରାଷ୍ଟ୍ରର ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅରୁଣ ଗୱାଲିଙ୍କ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ୨୦୦୮ ମସିହାରେ ଗୱାଲି ସିବସେନାର କର୍ପୋରେଟର କମଲାକର ଜାମସଣ୍ଡେକରଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହାରୁ ଚ୍ୟାଲେଞ୍ଜ କରି ଗୱାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଆର ଭାନୁମତି, ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୱାଲିଙ୍କୁ ବମ୍ବେ ହାଇ କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡ ବିରୋଧରେ ଦାୟର ଯାଚିକାକୁ ନେଇ ରାଜ୍ୟକୁ ଏକ ନୋଟିସ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ମହାରାଷ୍ଟ୍ର ବିଧାୟକ କମଲାକର ଜମ୍ସାନ୍ଦକରଙ୍କୁ ଗୱାଲିଙ୍କ ଇଙ୍ଗିତରେ ହତ୍ୟା କରାଯାଇଥିଲା । ପୁଲିସର ଚାର୍ଜ ସିଟ ଅନୁଯାୟୀ, ସୁବୁରବନ ମୁମ୍ବାଇର ଏକ ଜମି ବିବାଦକୁ ନେଇ ଗୱାଲି ଗୋଷ୍ଠୀକୁ ୩୦ ଲକ୍ଷ ଦିଆଯାଇଥିଲା ସିବସେନା କର୍ପୋରେଟରଙ୍କୁ ହତ୍ୟା କରିବାକୁ । ଏହି ଅଭିଯୋଗରେ ମେ ୨୧, ୨୦୦୮ରେ ଗୱାଲିଙ୍କୁ ଗିରଫ ପରାଯାଇଥିଲା ଓ ଏହି ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Related posts

ତାମିଲ ନ୍ୟୁଜ ଚ୍ୟାନେଲର ୨୫ କରୋନା ଆକ୍ରାନ୍ତ

mahabharatanews

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

mahabharatanews

ସୁପ୍ରିମ କୋର୍ଟ: ସାହିନବାଗ ଶୁଣାଣି ଆସନ୍ତା ୨୬ ଯାଏ ସ୍ଥଗିତ

mahabharatanews

Leave a Comment