ଭାରତ

କେରଳରେ ବିସ୍ଫୋରଣ; ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି

(କେରଳ) : କେରଳରେ କାଲାମସେରିସ୍ଥିତ ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ । ଏଥିନିମନ୍ତେ ଦେଶର ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୂଚନାନୁଯାୟୀ, ପାର୍ବଣ ଋତୁ, କ୍ରିକେଟ ମ୍ୟାଚ ଏବଂ କେରଳ ବିସ୍ଫୋରଣ ପରିପ୍ରେକ୍ଷୀରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି ବୋଲି ମୁମ୍ବାଇ ପୁଲିସ ସୂଚନା ଦେଇଛି। ହମାସ୍‌-ଇସ୍ରାଏଲ ଯୁଦ୍ଧ ପରିପ୍ରେକ୍ଷୀରେ ମୁମ୍ବାଇର ଇହୁଦୀ କେନ୍ଦ୍ର ଚାବାଦ ହାଉସରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ରହିବା ସହିତ ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରୁଛି। ଗହଳି ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି।

 

Related posts

ବିଜେପିରେ ସାମିଲ ହେଲେ ଗୌରବ ଭଲ୍ଲବ

mahabharatanews

ଭାଙ୍ଗିଲା ୭୦ ବର୍ଷୀୟ ବୃଦ୍ଧାଙ୍କ ବିବାହ ସ୍ୱପ: ହନିଟ୍ରାପରେ ହରାଇଲେ ୧ କୋଟି ୮୦ଲକ୍ଷ

mahabharatanews

 ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ 

mahabharatanews