ଭାରତ

ଭାଙ୍ଗିଲା ୭୦ ବର୍ଷୀୟ ବୃଦ୍ଧାଙ୍କ ବିବାହ ସ୍ୱପ: ହନିଟ୍ରାପରେ ହରାଇଲେ ୧ କୋଟି ୮୦ଲକ୍ଷ

ନୂଆଦିଲ୍ଲୀ : ମହଙ୍ଗା ପଡ଼ିଲା ୭୦ ବର୍ଷରେ ଦ୍ୱିତୀୟ ବିବାହ ସ୍ୱପ୍ନ, ହନିଟ୍ରାପରେ ହରାଇଲେ ୧ କୋଟି ୮୦ ଲକ୍ଷ।   ଏଭଳି ଏକ ବଡ ଠକେଇର ଖବର ସାମ୍ନାକୁ ଆସିଛିଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ।  ଏଠାରେ ଜଣେ ମହିଳା ୭୦ ବର୍ଷ ବୟସ୍କ ହୃଦରୋଗ ବିଶେଷଜ୍ଞଙ୍କ ସହ ପ୍ରତାରଣା କରିଛନ୍ତି। ମହିଳା ଜଣକ ବିବାହର ବାହାନାରେ ଜଣେ ବୃଦ୍ଧ ଡାକ୍ତରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କା ଠକିଛନ୍ତି। ଯାହାର ଅଭିଯୋଗ ପୀଡିତ ଡାକ୍ତର ଲକ୍ଷ୍ନୌର ସାଇବର କ୍ରାଇମବ୍ରାଞ୍ଚରେ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧ ଡାକ୍ତର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ରୁହନ୍ତି। ସୂଚନାନୁସାରେ , ଲକ୍ଷ୍ନୌର ଜଣେ ୭୦ ବର୍ଷୀୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମୁରାଦାବାଦର ଏକ ବଡ଼ ହସ୍ପିଟାଲରେ ନିୟୋଜିତ ଅଛନ୍ତି ।

ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ଡାକ୍ତର ନିଜକୁ ଏକୁଟିଆ ଅନୁଭବ କରିଥିଲେ । ଏଭଳି ପରିସ୍ଥିତିରେ ଡାକ୍ତର ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଏକ ଇଂରାଜୀ ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲେ। ଯାହା ପରେ ବିବାହ ପାଇଁ କିଛି ପ୍ରସ୍ତାବ ବୃଦ୍ଧ ଡାକ୍ତରଙ୍କ ନିକଟକୁ ଆସୁଥିଲା । ପୀଡ଼ିତ ଡାକ୍ତର ଅଭିଯୋଗରେ କହିଛନ୍ତି ଯେ ବିବାହ ପାଇଁ ବିଜ୍ଞାପନ ଦେବା ତାଙ୍କ ପତ୍ନୀ କୃଶା ଶର୍ମା ବିବାହ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଦେବା ପରେ ମହିଳା ଜଣକ ଫୋନ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ।

ଯାହା ପରେ କୁହାଯାଇଥିଲା ଯେ ମହିଳା ଜଣକ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିଲେ। ମହିଳା ଜଣକ ନିଜକୁ ୪୦ ବର୍ଷ ବୟସ୍କା ଛାଡପତ୍ର ବୋଲି ବର୍ଣ୍ଣନା କରିଥିଲେ। ଡାକ୍ତର ଦେଇଥିବା ଅଭିଯୋଗରେ କୁହାଯାଇଛି ଯେ ମହିଳା ଜଣକ ଆମେରିକାର ଫ୍ଲୋରିଡା, ମିଆସି ସିଟିର ବାସିନ୍ଦା। କୃଶା ଡାକ୍ତରଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଆମେରିକାରେ ଏକ ବଡ଼ କାର୍ଗୋ ସିପ୍ ରେ ଇଞ୍ଜିନିୟର ଭାବରେ ଅଛନ୍ତି । ପ୍ରାୟ ଦେଢ଼ ମାସ ପରେ ମୁମ୍ବାଇ ଯିବେ ଏହାପରେ ଲକ୍ଷ୍ନୌ ପହଞ୍ଚିବେ । କୃଶା ଡାକ୍ତରଙ୍କୁ କହିଥିଲେ ଯେ ସେ ଚାକିରି ଛାଡ଼ି ବିଜନେସ କରିବାକୁ ଚାହୁଁଛନ୍ତି । ସେ ଡାକ୍ତରଙ୍କୁ କହିଥିଲେ ଯେ ଜବ୍ ସମୟରେ ଅନେକ ସୁନା ସେ ଆଫ୍ରିକାରୁ କିଣିଛନ୍ତି । ଯାହାକୁ ସେ ଭାରତ ପଠାଇାବାକୁ ଚାହୁଛନ୍ତି । କାରଣ ନିଜ ସେ ଏତେ ସୁନା ନେବା ସୁରକ୍ଷିତ ନୁହେଁ ।

ଡାକ୍ତରଙ୍କୁ କୃଶା କହିଥିଲେ ଯେ ସେ ରୟାଲ ସିକ୍ୟୁରିଟି କମ୍ପାନୀ ଦ୍ୱାରା ସୁନା ପଠାଉଛନ୍ତି । ସେ ଡାକ୍ତରଙ୍କୁ ସୁନା ରିସିଭ କରିବାକୁ କହିଥିଲେ । କୁରିୟର କମ୍ପାନୀ ତରଫରୁ ଡାକ୍ତରଙ୍କୁ ଫୋନ୍ ଆସିଥିଲା । ସେ କଷ୍ଟମ୍ ଡ୍ୟୁଟି ଏବଂ ଅନୁମତି ଫିସ୍ ବାବଦକୁ ଡାକ୍ତରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କା ମାଗିଥିଲେ । ଡାକ୍ତର ମଧ୍ୟ ତାଙ୍କୁ ଟଙ୍କା ଦେଇଦେଇଥିଲେ । ପରେ ଯେତେବେଳେ ସେ କୃଶାଙ୍କୁ ଫୋନ କରିଥିଲେ ତ’ ସେତେବେଳେ କୃଶାଙ୍କ ଫୋନ୍ ସ୍ୱିଜ୍ ଅଫ୍ ହୋଇଯାଇଥିଲା । ଯାହାପରେ ଡାକ୍ତର ଠକାମୀରେ ପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ । ସେ ସାଇବର କ୍ରାଇମ ଥାନା ଲକ୍ଷ୍ନୌରେ ଏଫଆଇଆର ରୁଜୁ କରାଇଛନ୍ତି । ପୋଲିସ ପୂରା ମାମଲାରେ ଯାଞ୍ଚ ଆରମ୍ଭ କରିଛି ।

Related posts

Union Budget 2024 : କ’ଣ ଶସ୍ତା, କ’ଣ ମହଙ୍ଗା ?

mahabharatanews

ରଣବୀର ସିଂହଙ୍କ “ଧୁରନ୍ଧର”ର ଟ୍ରେଲର ହେଲା ରିଲିଜ

mahabharatanews

ବଢ଼ିଲା ଗ୍ୟାସ ଦର

mahabharatanews