ପାଟଣା: ପାଟଣାବ୍ଲକ ସଭା ଗୃହରେ ଶୁକ୍ରବାର ଦିନ ଭୟାବହ ଆତଙ୍କ ସୃଷ୍ଟିକାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବିଡିଓ ଈଶ୍ୱର ଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେବେରା, ଏବିଡିଓ ପ୍ରଫୁଲ୍ଲ ନାଏକ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁପ୍ରକାଶ ଶତପଥୀ, ଜିପିଓ ରଶ୍ମୀରେଖା ମହାନ୍ତି, ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ସୁପ୍ରକାଶ ଶତପଥୀ କରୋନା ଭୂତାଣୁ ବିଷୟରେ ଲୋକେ କିପରି ସଚେତନ ରହିବେ ଓ କିପରି ଲୋକଙ୍କୁ ସଚେତନ କରାଯିବ ତାହା ପୁଙ୍ଖାନୁପୁଙ୍ଖଭାବେ ବୁଝାଇଥିଲେ ।
previous post
