ଓଡିଶା

୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା 

(ଭୁବନେଶ୍ୱର) : ଫେବୃଆରୀ ୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ୨୪ତାରିଖ ଯାଏ ଚାଲିବ କୁମ୍ଭମେଳା । ଏହା ପୂର୍ବରୁ ବିଏମସି ପକ୍ଷରୁ ବସିଥିଲା ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ଓ ସୁରକ୍ଷିତ ମେଳାକୁ ନେଇ ଆଲୋଚନା କରାଯିବା ସହ ମୌଳିକ ସୁବିଧା ସୁଯୋଗ ସହ ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି ।

ସୂଚନାନୁଯାୟୀ , ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି । ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼, ମଦ ପିଇ ଚିକିତ୍ସା ଅବହେଳା କରିଥିବା ଅଭିଯୋଗ ଏହା ବାଦ୍ ପାର୍କିଂ ବ୍ୟବସ୍ଥା, ମୀନା ବଜାର, ମେଳାକୁ କିଭଳି ନୂଆ ବ୍ୟବସାୟୀ ମାନେ ଅଧିକ ଆସି ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

Related posts

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

mahabharatanews

ପରଲୋକରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

mahabharatanews

ବଢୁଛି ମହିଳାଙ୍କ ପ୍ରତି ହିଂସା

mahabharatanews