Uncategorized

ଅପହୃତା ମା’ଙ୍କ ପ୍ରଶ୍ନ: ଝିଅ ଜନ୍ମ ହେଲେ କଣ ହତ୍ୟା କରିବୁ?

ଇସଲାମବାଦ: ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀକ ସ୍ତରରେ ଉଠାଇବା ସହ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ହୋହଲ୍ଲା କରୁଥିବା ବେଳେ କିନ୍ତୁ ସେଠାରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଦୟନୀୟ । ସେଠାରେ ଅଳ୍ପ ସଂଖ୍ୟକଙ୍କ ଝିଅ ମାନେ ସୁରକ୍ଷିତ ନୁହଁନ୍ତି । ନିକଟରେ ଖବର ପ୍ରକାଶ ପାଇଥିଲା, ସେଠାରୁ ଏହି ବର୍ଗର ଝିଅମାନଙ୍କୁ ଚୀନ ଚାଲାଣ କରାଯାଇଛି । ଏହାରି ମଧ୍ୟରେ ଜଣେ ୧୪ ବର୍ଷୀୟ ଖ୍ରୀଷ୍ଟିଆନ ଝିଅକୁ ଅପହରଣ କରି ତାର ଧର୍ମ ପରିବର୍ତ୍ତନ କରାଯାଇଥିଲା ଓ ବର୍ତ୍ତମାନ ଉକ୍ତ ନାବାଳିକାକୁ ଅପହରଣକାରୀ ସହ ବିବାହ ଦିଆଯାଇଛି ।

ସୂଚନା ଅନୁଯାୟୀ, ନାବାଳିକାର ନାମ ହୁମା ୟୁନୁସ । ୧୦ ମାସ ପୂର୍ବରୁ ତାର ଅପହରଣ ହୋଇଥିଲା । କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି । ଶୁଣାଣି ପରେ ହୁମାର ମା ନଗିନା ୟୁନୁସ କ୍ଷୋଭର ସହ କହିଛନ୍ତି, ଏହି ଦେଶରେ ଝିଅଙ୍କ ଅପହରଣ ଓ ଧର୍ମ ପରିବର୍ତ୍ତନ ହେବ ତ ଭବିଷ୍ୟତରେ ଖ୍ରୀଷ୍ଟିଆନ ଦମ୍ପତି ସେମାନଙ୍କ ଝିଅକୁ ଜନ୍ମ ପରେ ହିଁ ହତ୍ୟା କରିବା ଉଚିତ ।

ଏହି ଘଟଣ।।ରେ କୋର୍ଟରେ ଅପହରଣକାରୀଙ୍କ ପକ୍ଷରୁ ହୁମାଙ୍କୁ ୧୮ ବର୍ଷ କୁହାଯାଉଥିବା ବେଳେ ହୁମାଙ୍କ ମା ଦାବି କରିଛନ୍ତି କି ତାଙ୍କ ଝିଅ ୨୦୦୫ରେ ଜନ୍ମ ହୋଇଥିଲେ ଓ ଅପହରଣ ବେଳକୁ ସେ ୮ମ ଶ୍ରେଣୀରେ ପଢୁଥିଲେ । ଅପହରଣ ପରେ ନଗିନା ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ, ବିଲାବଳ ଭୁଟୋ ଓ ସେନା ପ୍ରମୁଖ ବାଜୱାଙ୍କ ନିକଟରେ ଗୁହାରୀ କରିଥିଲେ । ଇମରାନ ସରକାରକୁ ନଗିନା ପ୍ରଶ୍ନ କରିଛନ୍ତି, ଯଦି ସ୍ଥିତି ଏମିତି ରହିବ ତେବେ ଅଳ୍ପସଂଖ୍ୟକ ସେମାନଙ୍କ ଝିଅ ଜନ୍ମ ହେବା ପରେ ହତ୍ୟା କରିଦେବେ କି? ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ଅନେକ ଅଳ୍ପସଂଖ୍ୟକ ବାଳିକା, ଯୁବତୀଙ୍କୁ ଅପହରଣ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯିବା ସହ ସେମାନଙ୍କ ନିକାହ ମୁସଲମାନ ଯୁବକଙ୍କ ସହ କରାଯାଉଥିବା ଅଭିଯୋଗ ହୋଇ ଆସୁଛି ।

Related posts

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

mahabharatanews

ଭାରତରେ ବ୍ୟାନ ହେଲା ପବଜି ସମତେ ୧୧୮ଟି ଆପ୍

mahabharatanews

ସିଏଏ ବିରୋଧରେ ହୋଇଥିବା ହିଂସା, ନଷ୍ଟ ସମ୍ପତ୍ତିର ଆକଳନ କରିବ ୪ ଜଣିଆ କମିଟି

mahabharatanews