Uncategorized

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

ୱାସିଂଟନ: ୨୦୦୮ ୨୬/୧୧ରେ ହୋଇଥିବା ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଲସଏଞ୍ଜେଲସ୍‌ ରେ ଗିରଫ ହୋଇଛି । ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣା (୫୯)କୁ ପ୍ରତ୍ୟାର୍ପଣ ଲାଗି ଭାରତର ଅନୁରୋଧ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ।
ପୂର୍ବରୁ ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଛି। ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଲସ୍କର-ଏ-ତୌୟବା ସହ ସମ୍ପୃକ୍ତି ଲାଗି ଚିକାଗୋ କୋର୍ଟ ତହବୁର ରାଣାକୁ ଦୋଷୀ ସାବ୍ୟସ୍ତ କରିବା ପରେ ତାକୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । କିନ୍ତୁ ଗତ ସପ୍ତାହରେ ଖରାପ ସ୍ୱାସ୍ଥ୍ୟ ଓ କରୋନା ସଂକ୍ରମଣ ଯୋଗୁ ତାକୁ ଜେଲରୁ ମୁକ୍ତ କରିଦିଆଯାଇଥିଲା।

Related posts

ତାଲିବାନ ଭାରତ ସହ ବ୍ୟବସାୟିକ ଓ ଆର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି

mahabharatanews

ତ୍ୱଚାକୁ ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

mahabharatanews

ଗୁଲଗାମରେ ଗୁଳିବିନିମୟ: ୧ ଆତଙ୍କୀ ନିହତ, ୩ ଯବାନ ଆହତ

mahabharatanews