ଓଡିଶା

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

(ନୂଆପଡ଼ା): ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ । ଯୁବକଙ୍କ ନାଁ ଅଭିମନ୍ୟୁ ବୈଠାରୁ । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟରେ ଅଭିମନ୍ୟୁଙ୍କ ସହ ତାଙ୍କ ପଡ଼ୋଶୀଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏନେଇ ୩ ରୁ ୪ ଜଣ ପଡ଼ୋଶୀ ଅଭିମନ୍ୟୁଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ମାରିଥିଲେ । ଏହି ସମୟରେ ଅଭିମନ୍ୟୁଙ୍କୁ ବଞ୍ଚାଇବାକୁ ଯାଇଥିବା ଜଣେ ମହିଳା ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏନେଇ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମହିଳାଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।

 

Related posts

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews

“ମା ପାଇଁ ଦିନଟିଏ”

mahabharatanews