(କୋରାପୁଟ) : ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ । ବିଭିନ୍ନ ଦାବିକୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି ଦୋକାନବଜାର, ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ରହିଛି।
ସୂଚନାନୁଯାୟୀ ,୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।
