ରାଜନୀତି

ପୁଣି କୁସୁମଙ୍କୁ ସାମିଲ କରିବାକୁ ବିଜେଡିରେ ପ୍ରସ୍ତୁତି!

ଭୁବନେଶ୍ୱର: ରାଜ୍ୟସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ । ରାଜ୍ୟରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିଥିବା ବେଳେ ଏବେ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେଉଛନ୍ତି । ଏହି କାର୍ଡ ଦେଖାଇ ଗରିବ ରାଜ୍ୟବାସୀ କୌଣସି ବି ସ୍ଥାନରୁ ସରକାରୀ ଯୋଜନା ଅନ୍ତର୍ଗତ ଚିକିତ୍ସା ସେବା ପାଇବାରିବ ବୋଲି କୁହାଯାଉଛି । ଜିଲ୍ଲାବାରୀ ବିଜୁ ଏହାକୁ ବଣ୍ଟନ କରାଯ।।ଉଛି । ସୁନ୍ଦରଗଡରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ବୁଧବାର ହେମଗିରିରେ କାର୍ଡ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଅବଶ୍ୟ ସରକାରୀ ଯୋଜନାରେ ସରକାରୀ ଦଳ ସାମିଲ ହେବାରେ କୌଣସି ନୂତନତ୍ୱ ନାହିଁ । କିନ୍ତୁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ଆକର୍ଷଣ ଥିଲେ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ । ଏହି ପରେ କୁସୁମଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପୁଣି କୁସୁମ ବିଜେଡିକୁ ଫେରିବା ନେଇ ଅନୁମାନ କରାଯାଉଛି ।

୨୦୧୪ରେ କୁସୁମ ଟେଟେ ବିଜେଡିରୁ ବିଧାୟିକା ପ୍ରାର୍ଥୀ ହୋଇଥିଲେ ମଧ୍ୟ କଂଗ୍ରେସର ଯୋଗେଶ ସିଂହଙ୍କଠାରୁ ହାରି ଯାଇଥିଲେ । ଯୋଗେଶ ସୁନ୍ଦରଗଡରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ କଂଗ୍ରେସରୁ । ତେଣୁ ବିଜେଡି ୨୦୧୯ ନିର୍ବାଚନ କାଳରେ ଯୋଗେଶଙ୍କୁ ମତାଇ ଦଳରେ ସାମିଲ କରିଥିଲା ଓ ସେଠାରୁ ତାଙ୍କୁ ପ୍ରାର୍ଥୀକରିଥିଲା । ଦଳ ଦ୍ୱାରା ଉପେକ୍ଷିତ ହୋଇ କୁସୁମ ଦଳରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହୋଇଥିଲେ ତଥା ବିଜେପି ଟିକେଟରେ ଯୋଗେଶଙ୍କୁ ସୁନ୍ଦରଗଡରୁ ମାତ ଦେଇଥିଲେ । ଏହା ମଧ୍ୟରେ ଜାତିଗତ ଆକ୍ଷପକୁ ନେଇ ବିଜେଡି ରାଜ୍ୟପାଳଙ୍କ ନିକଟରେ କୁସୁମଙ୍କ ବିରୋଧରେ ଫେରାଦ ଦେଇ ତାଙ୍କ ପଦ ରଦ୍ଦ କରିବାକୁ ଅପିଲ କରିଛି ଓ ରାଜ୍ୟପାଳ ମଧ୍ୟ ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରିସାରିଛନ୍ତି । ହେଲେ ମାଡାମ ବିଜେଡି ଯେ।।ଜନାରେ ସାମିଲ ହେଉଛନ୍ତି । ପୁଣି ସେହି ଯୋଜନା, ଯାହାକୁ ନେଇ ୩ ବର୍ଷ ହେଲା ଉଭୟ ଦଳରେ ଟଣା ଓଟରା ଚାଲିଛି ।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ଭୋଟବ୍ୟାଙ୍କ ମଜବୁତ କରିବା ସହ କେନ୍ଦ୍ରର ଆୟୁଷମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରୁନାହିଁ। କାରଣ, ଆୟୁଷମାନ ଯୋଜନା ଲାଗି ହୋଇଗଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ଗୁରୁତ୍ୱ ହରାଇବ । ଆୟୁଷମାନ କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାର ସୁବିଧା ରହିଛି । ଏହା ବ୍ୟତୀତ ଜନସ୍ୱାସ୍ଥ୍ୟକୁ ନେଇ ସରକାରୀ ଉଦାରତାର ମୁଖଟା ବାହାରି ଯିବ । ତେଣୁ ରାଜ୍ୟସରକାର ଏହି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେଉନାହାନ୍ତି । ଅନ୍ୟପଟେ, ବିଜେପି ଏହାକୁ ନେଇ ରାଜ୍ୟ ସରକାର ସହ ମୁହାଁମୁହିଁ ହେଉଛି । ଏପରି ବେଳେ କୁସୁମଙ୍କର ସରକାରୀ ଦଳର କାର୍ଯ୍ୟକ୍ରମରେ ସାମିଲ ହେବା ଓ ଦଳୀୟ କାର୍ଡ ବଣ୍ଟନ କରିବା କିଛି ନୂଆ ଖେଚେଡି ରନ୍ଧା ଯାଉଥିବା ଚର୍ଚ୍ଚା ହେଉଛି । ହୁଏତ କୁସୁମ ପୁଣି ବିଜେଡିରେ ସାମିଲ ହେବାକୁ ମନ ବଳେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ, ଦଳରେ ଥିବା ବେଳେ ମହତ୍ୱ ବୁଝୁନଥିବା ଦଳୀୟ ନେତୃବୃନ୍ଦ ଯୋଗେଶଙ୍କ ପରି ଜଣେ ଦୁଇ ଦୁଇ ଥରର ବିଧାୟକଙ୍କୁ ମାତ ଦେଇବା ପରେ କୁସୁମଙ୍କୁ ଦଳକୁ ପାଛୋଟି ଆଣିବାକୁ ଉଦ୍ୟମ କରୁଛନ୍ତି ।

Related posts

ଓଡିଶାରୁ ପଞ୍ଜାବ ସବୁଠି ବବିଙ୍କ ପ୍ରଶଂସା

mahabharatanews

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

mahabharatanews

ନୋଟକୁ ନେଇ ତେଜିଲା ରାଜନୀତି

mahabharatanews