ଓଡିଶାରାଜନୀତି

ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଶାସକ ବିଜୁ ଜନତା ଦଳ(ବିଜେଡି) । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଶାସକ ବିଜୁ ଜନତା ଦଳ(ବିଜେଡି) । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଆଜି ଦଳୀୟ ପ୍ରାର୍ଥୀ ନେଇ ଅବନ୍ତୀ ଦାସଙ୍କ ନାଁକୁ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଏକାଧିକ ନେତା ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ । ହେଲେ ଗୋଷ୍ଠୀ କନ୍ଦଳ ଏଡାଇବା ପାଇଁ ବିଜେଡି ମହିଳା କାର୍ଡ ସହ ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ମିଶନ ଶକ୍ତି SHG ରେ ଅବନ୍ତୀ ଦାସଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ଧାମନଗର ଉପ ନିର୍ବାଚନ ପାଇଁ ଶେଷରେ ବିଜେଡି ପକ୍ଷରୁ ଆଜି ପ୍ରାଥୀ ଘୋଷଣା କରାଯାଇଛି । ଅବନ୍ତୀ ଦାସଙ୍କ ପ୍ରାର୍ଥିତ୍ୱକୁ ନେଇ ଆଜି ଦଳ ପକ୍ଷରୁ ମୋହର ମରାଯାଇଛି। ସେ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ କାଁପଡା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ବିଗତ ପଞ୍ଚାୟତ ନିର୍ବାଚନରେ BJD 15 ଟି ଆସନ, BJP 13 ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସ 3 ଟି ସମିତି ସଭ୍ୟ ଆସନ ଦଖଲ କରିଥିଲା । ପରେ ଅବନ୍ତୀ ତିହିଡ଼ି ବ୍ଳକର ଅଧ୍ୟକ୍ଷା ଭାବେ ତିହିଡ଼ି ବ୍ଳକ ଦାଖଲ କରିଥିଲେ । ତେବେ ସେ ପଞ୍ଚାୟତ ନିର୍ବାଚନରେ 2600 ଭୋଟ ପାଇଥିବା ଜଣାପଡ଼ିଛି।

Related posts

୨୪ ଘଣ୍ଟା ମଧ୍ୟରେ ୧୨୪୭ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ

mahabharatanews

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

mahabharatanews