ବିଶେଷଭାରତ

ଲାଦଖର ଚୁମ୍ବକୀୟ ପାହାଡ଼

ଲଦାଖ : କେବେ ଭାବିଛନ୍ତି ଜଦି ଆପଣ ରାତିରେ ନିଜ ଗାଡିକୁ ଗୋଟିଏ ଯାଗାରେ ପାର୍କ କରିଥିବେ କିନ୍ତୁ ସକାଳକୁ ଉଠିବା ବେଳକୁ ତାହା ସେଠାରେ ନ ଥିବ । ତେବେ ଆପଣ କଣ ଭାବିବେ ? ଆପଣ ଏହା ଭାବିବେ କି ଗାଡି କେହି ଜଣେ ଚୋରି କରି ନେଇଯାଇଛି । କିନ୍ତୁ ଲଦାଖ ରେ ଏମିତି ଜାଗା ଅଛି ଯେଉଁଠାରେ ପ୍ରାୟତଃ ଏପରି ହୋଇଥାଏ । ଏଠାରେ ଗାଡି ଆଉ କେହି ନୁହେଁ ବରଂ ପାହାଡ ଚୋରାଇ ନେଇ ଥାଏ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ ।

ଆମ ଭାରତ ବର୍ଷ ଗୋଟେ ଏମିତି ଦେଶ ଯାହା ବହୁ ଅଦ୍ଭୁତ ଓ ଆଶ୍ଚର୍ଯ୍ୟରେ ଭରପୂର । ଭାରତରେ ଏମିତି କିଛି ଜାଗା ଅଛି ଯେଉଁଠାକୁ ନିଜେ ନ ଗଲେ ବିଶ୍ୱାସ କରି ପାରିବେ ନାହିଁ । ସେହିପରି ଏକ ଏମିତି ଏକ ଚମକ୍ରାର ପାହାଡ ଅଛି ଯାହା ମ୍ୟାଗନେଟ ପରି କାମ କରିଥାଏ । ତାକୁ ମ୍ୟାଗନେଟିକ ହିଲ ବୋଲି କୁହନ୍ତି । ଏହି ମ୍ୟାଗନେଟିକ ହିଲ ଜାମ୍ମୁ କାଶ୍ମୀରର ଲଦାକ ସହରରେ ଅବସ୍ଥିତ । ଏହାକୁ ରହସ୍ୟମୟ ପାହାଡ ବୋଲି ମଧ୍ୟ କୁହା ଯାଇଥାଏ । ଏଠାରେ ଗାଡି ଚୋରି କରିବାର ଅର୍ଥ ହେଉଛି ଯେ ପାହାଡ ତାର ଚୁମ୍ବକୀୟ ବଳ ଦ୍ୱରା ଗାଡିଗୁଡିକୁ ନିଜ ଆଡକୁ ଆକର୍ଷିତ କରାଇଥାଏ ।

ବୈଜ୍ଞାନିକ ମାନେ ମଧ୍ୟ ଏହି ପାହାଡର ଏପରି ଶକ୍ତି ଜାଣି ଗବେଷଣା କରିଥିଲେ । ସେହି ଗବେଷଣାରୁ ଜଣାପଡିଥିଲା ଯେ , ଏହି ପାହାଡରେ ଚୁମ୍ବକୀୟ ଶକ୍ତି ଅଛି । ଯାହା କି ଗାଡିକୁ ପାଖା ପାଖି ୨୦ କି.ମି ବେଗରେ ଟାଣି ନିଏ । ଯଦି ଏହି ପାହାଡରେ ଗାଡିକୁ ନ୍ୟୁଟ୍ରାଲରେ ବି ରଖିଥିବେ ତଥାପି ଆପଣଙ୍କ ଗାଡି ସେମିତି ହିଁ ସେଠାରେ ଠିଆ ହୋଇଥିବ । କିନ୍ତୁ ଆଲଗା ପାହାଡରେ ଏପରି ହୋଇ ନଥାଏ । ସେଠାରେ ଗାଡି ଅତି ଦ୍ରୁତ ଗତିରେ ତଳକୁ ଖସି ଆସିଥାଏ । ହେଲେ ଏହି ପାହାଡରେ ତଳକୁ ଖସିବା ବେଳେ ନିଜ ଆଡକୁ ଓଲଟା ଟାଣି ନେଇଥାଏ ।

Related posts

ଶାହଙ୍କ ଘରେ ଜରୁରୀ ବୈଠକ

mahabharatanews

ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ

mahabharatanews

ଅଲଗା ହେଲା ଚନ୍ଦ୍ରଯାନ-୩  ଲ୍ୟାଣ୍ତର ବିକ୍ରମ

mahabharatanews