ଓଡିଶା

ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ

ମୁନିଗୁଡା– ଚୋରା ଚାଲାଣ ବେଳେ ଧରାପଡିଲା ୬୬କେଜି ଗଞ୍ଜେଇ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍ରୁ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏହା ସହ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ କାରରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା ।ଏହା ପରେ ମୁନିଗୁଡା ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରେଳ ଷ୍ଟେସନ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍ଵିଫ୍ଟ କାରକୁ ସନ୍ଦେହ କରି ଅଟକାଇଥିଲେ। ପୋଲିସକୁ ଦେଖି କାରଟି କିଛି ଦୂର ଦ୍ରୁତ ଗତିରେ ଚାଲିଯାଉଥିବା ବେଳେ ପୋଲିସ ପିଛା କରି କାରଟିକୁ ଅଟକାଇଥିଲା।

ପରେ ସେଥିରେ ଗଞ୍ଜେଇ ଥିବା ଅନୁମାନ କରି ଥାନାକୁ ଆଣି ଯାଞ୍ଚ୍ ବେଳେ ୬୬ କିଲୋ ଗଞ୍ଜେଇ ଜବତ ହୋଇଛି । ଏଥିସହ କାରରେ ଥିବା ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ ।ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଛତିଶଗଡର ବିନୟ କୁମାର ୟାଦବ, ରାଇସିଂ ପୁରେ ଓ ଉତ୍ତରପ୍ରଦେଶର ରବି ତିୱାରୀ। ଅଭିଯୁକ୍ତମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ଆଣି ଦୁର୍ଗୀ ଓ ବିଷମକଟକ ରାସ୍ତାଦେଇ ଛତିଶଗଡ ଅଭିମୁଖେ ଯାଉଥିବା ଜଣାପଡିଛି କ୍ଷ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Related posts

ଛାତ୍ରୀଙ୍କ ନାମରେ ରାଗିଂ ଅଭିଯୋଗ ଆଣିଲେ ଛାତ୍ରୀ

mahabharatanews

ଉପଲବ୍ଧ ହେବ ମହାପ୍ରସାଦ

mahabharatanews

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews