ଭାରତ

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

(ଉତ୍ତରାକାଶି) :  ଏବେ ବି ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । NDRF, SDRF, ITBP ଯବାନଙ୍କ ଦ୍ୱାରା ଅପରେସନ ଜାରି ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଗୋଟିଏ ଦିନର ସମୟ ଲାଗିପାରେ । ଆଜି ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏହାରି ମଧ୍ୟରେ ଆଉ ଏକ ଭୂସ୍ଖଳନ ନେଇ ସୂଚନା ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ।

ସୂଚନାନୁଯାୟୀ , ସେହିପରି ପାଇପ୍ ଯୋଗେ ଖାଦ୍ୟ,ପାନୀୟ ଏବଂ ଅମ୍ଳଜାନ ପଠାଯାଉଛି । ଭୁଶୁଡିଥିୂା ୨୦୦ ମିଟର ଅଞ୍ଚଳରେ ପଡିଥିବା ପଥର କାଟିବାରେ ସାମାନ୍ୟ ଅଗ୍ରଗତି ହୋଇଛି । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ରାସ୍ତା ତିଆରି କରୁଛନ୍ତି । ଟନେଲକୁ ଅବରୋଧ କରୁଥିବା ପ୍ରାୟ ୨୧ ମିଟରର ଏକ ସ୍ଲାବକୁ ହଟାଇ ଦିଆଯାଇଥିବା ବେଳେ ଆଉ ୧୯ ମିଟର ସଫା କରିବା ପାଇଁ ପଡିବ । ଏନେଇ ସୂଚନା ଦେଲେ ସୁରକ୍ଷା ଅଧିକାରୀ । ରବିବାର ପ୍ରାୟ ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଏହି ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର । ରବିବାର ସକାଳ ସମୟରେ ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା ।

Related posts

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

mahabharatanews

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews

କମିଲା ଫିଲ୍ମ ‘ଯବାନ’କ୍ରେଜ୍

mahabharatanews