ଓଡିଶା

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

(ମହାଭାରତ, ଧାମନଗର): ଭଦ୍ରକ ଧାମନଗର ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଧାମନଗର ବ୍ଲକ ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ପୂର୍ବଦିନ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକ ଭାଙ୍ଗି ଦେଇଥିବା ଜଣାପଡିଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟର ଉଦଘାଟନ କରିବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ଉଦ୍ଘାଟନୀ ଫଳକ ମଧ୍ୟ ଲାଗି ସାରିଥିଲା । କିନ୍ତୁ କେଉଁ ବ୍ୟକ୍ତି ଭାଙ୍ଗିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଏପରି ଘଟଣାକୁ ଅଞ୍ଚଳବାସୀ ଦୃଢ ଭାବେ ନିନ୍ଦା କରିଛନ୍ତି । ତେବେ ଉଦ୍ଘାଟନୀ ଫଳକ ଭଙ୍ଗାଯିବା ପରେ ବିଦ୍ୟାଳୟର ଉଦ୍ଘାଟନ ହେବ କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡିନାହିଁ ।

Related posts

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

mahabharatanews

ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ

mahabharatanews

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

mahabharatanews