ଓଡିଶା

‘ରାଜ୍ୟରେ ଜଲଦି ଆରମ୍ଭ ହେବ ସୁଭଦ୍ରା ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଏବେ ସୁଭଦ୍ରା ଯୋଜନାରେ ମୋଡାଲିଟି ପ୍ରସ୍ତୁତ ଚାଲିଛି । ଏହା ପରେ ଆରମ୍ଭ ହେବ ପ୍ରକ୍ରିୟା ।
ସେହିପରି ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ମିଛ ଖବର ଦେଇ ଲୋକଙ୍କୁ ଭ୍ରମିତ ନକରିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ସୁଭଦ୍ରା ଯୋଜନା ଏବେ ଡ୍ରାଫ୍ଟରେ ଅଛି । ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ନିର୍ବାଚନ ସମୟରେ ଘୋଷଣା ପତୟରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ନିଶ୍ଚିତ ପୁରା କରିବୁ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି । ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

 

Related posts

ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews

୧୨ରୁ ବଢିବ ବର୍ଷା; କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

 ଲୋକାଲ ୨୩ ମିଶାଇ ଆଉ ୧୭୩

mahabharatanews