ଭୁବନେଶ୍ୱର: ମଧ୍ୟ ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍ ୪ ମସଜିଦ ପରିସରରେ ତୀର୍ଥ ଯାତ୍ରୀଙ୍କ ବହୁମୂଖୀ ସୁବିଧା କେନ୍ଦ୍ରର ଭିତ୍ତିି ପ୍ରସ୍ତର ସ୍ଥାପନ କରାଯାଇଛି । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର, ଶ୍ରୀଯୁକ୍ତ ସୁବାଷ ସିଂ, ମୁନା ଖାଁ, କଣ୍ଟା ବାଞ୍ଜି ପୂର୍ବତନ ବିଧାୟକ ଅ ।ୟୁବ ଖାଁ, ୟୁନିଟ୍ ୪ ଜାମା ମସଜିଦ ସଭାପତି ଶେଖ୍ ସାକିଲୁର ରହମାନ, ବିଭାଗୀୟ ଯନ୍ତ୍ରି ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରାପ୍ତ ତଥା ସୟଦ୍ ଅ ।ଲ୍ ତାଲ୍ଲୀଙ୍କ ପରିକଳ୍ପିତ ୨କୋଟି ଟଙ୍କା ବ୍ୟୟରେ ଏହି ସୁବିଧା କେନ୍ଦ୍ର ର୍ନିମିତ ହେବ । ଗୋଷ୍ଠୀ କେନ୍ଦ୍ର ଦ୍ୱାରା ଓଡ଼ିଶା ଭ୍ରମଣରେ ଅ ।ସୁଥିବା ବାହାର ରାଜ୍ୟର ତୀର୍ଥ ଯାତ୍ରୀ ତଥା ଓଡ଼ିଶା ବାହାରକୁ ଯାଉଥିବା ତୀର୍ଥଯାତ୍ରୀ ମୁସଲିମ ଭାଇ ଭଉଣୀମାନେ ସମସ୍ତ ସୁବିଧା ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମୁସଲିମ ଭାଇ ଭଉଣୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶୁଭ ଅବସରରେ ଭୁବନେଶ୍ୱର ଓ ଯଦୁପୁର, ସୁନ୍ଦରପଦା, ଏବଂ ସତ୍ୟ ବିହାର ପରି ଅ ।ଖ ପାଖ ଅଞ୍ଚଳର ମୁସଲିମ ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କର ମୁସଲିମ ସମ୍ପ୍ରଦାୟ ପ୍ରତି ସହାନୁଭୂତି ଓ ବଦାନ୍ୟତାକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପୂର୍ବତନ କର୍ପୋରେଟର, କ୍ରୀଡ଼ାବିତ, ସମାଜସେବୀ, ସ୍ଥାନୀୟ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।
previous post
next post