ଓଡିଶା

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ପୁଲିସର ଲାଠି ମାଡରେ କଟକ ନିଆଳି ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତ ଘଟଣାରେ ଶୁକ୍ରବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍ଆରସି) । କଟକ ଜିଲ୍ଲା ଏସ୍ପିଙ୍କୁ ଏହି ଘଟଣାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତିି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୨୭ ତାରିଖରେ ହେବ ବୋଲି କମିଶନ କହିଛନ୍ତି ।
ଗତ ଏପ୍ରିଲ ମାସ ୧୧ ତାରିଖରେ ନିଆଳି ବଜାରରେ କିଛି ଲୋକ ଜୁଆ ଖେଳୁଥିବା ଖବର ପାଇଁ ନିଆଳି ପୁଲିସ ସେଠାରେ ଚଢାଉ କରିଥିଲା ଏହି ସମୟରେ ମାଧବାନନ୍ଦ ପାତ୍ର ନାମକ ଜଣେ ବୃଦ୍ଧା ବଜାରକୁ ଯାଇଥିବା ବେଳେ ସେ ସେଠାରେ ଠିଆ ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲାଠିଚାର୍ଯ୍ୟ କରିଥିଲା । ଏହି ସମୟରେ ପୁଲିସ ମାଧବାନନ୍ଦଙ୍କ ଉପରେ ମଧ୍ୟ ଲାଠି ଚାର୍ଯ୍ୟ କରିଥିଲା । ସେହିଦିନ ନିଆଳି ବଜାରର ଏକ ଖୁଣ୍ଟି ପାଖରୁ ମାଧବାନନ୍ଦଙ୍କ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା । ତେବେ ଲାଠି ପ୍ରହାର ଯୋଗୁ ତାଙ୍କର ମୃତ୍ୟୁ ହୋଇଥବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏନେଇ ତାଙ୍କ ମାଧବାନନ୍ଦଙ୍କ ପୁଅ କୁନା ପାତ୍ର ଓଏଚ୍ଆସିରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କମିଶନ ମାମାଲାକୁ ତର୍ଜମା କରିବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତିି ।

 

Related posts

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

mahabharatanews

ଜରାଜୀର୍ଣ୍ଣ ସ୍ଥାପତ୍ୟରେ ପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର

mahabharatanews

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

mahabharatanews