ଓଡିଶାସ୍ୱାସ୍ଥ୍ୟ

କ୍ୟାନସର ରୋଗକୁ କେମିତି ଭଲ କରାଯିବ, ଆସନ୍ତୁ ଜାଣିବା…….

ବ୍ୟୁରୋ  : ଦିନକୁ ଦିନ କ୍ୟାନସର ରୋଗ ବଢିବାରେ ଲାଗିଛି । ଏହା ଏତେ ଭୟ ବିସ୍ତାର କରିଛି ଯେ, ନେତା ମନ୍ତ୍ରୀଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମିତିରେ ତ ରୋଗ ନାଁ ଶୁଣିଲେ ଡର ଲାଗେ, କିନ୍ତୁ କ୍ୟାନସର ହେବା ମାତ୍ରେ ଅଳ୍ପ ଦିନରେ ମୃତ୍ୟୁ ସୁନିଶ୍ଚିତ ବୋଲି ରୋଗୀମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଯାଇଥାଏ ।

ଯଦିଓ ଏହା ସମ୍ପୁର୍ଣ୍ଣ ସତ ନୁହେଁ । କିନ୍ତୁ କିଛି ମାତ୍ରାରେ ସତ ହେଉଛି ।ଅନ୍ୟପଟେ , କ୍ୟାନସର ରୋଗୀଙ୍କ ସଂଖ୍ୟା ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି ପରେ ଜନମାନସରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି । ବିଧାସଭାରେ ମନ୍ତ୍ରୀ କହିଥିଲେ ଯେ, ୩ବର୍ଷରେ ୯୨ ହଜାର ୬୯୯ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି ।

୨୦୨୧-୨୨ରେ ୩୩ ହଜାର ୭୫୭ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବାବେଳେ ୧୧ ହଜାର ୨୭୭ଜଣ ପ୍ରାଣ ହରାଇଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଚିହ୍ନଟ ହେଉଥିବା ପ୍ରତି ୩ ରୋଗଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି । ଯାହା ଅତ୍ୟନ୍ତ ଭୟାନକ । ସେପଟେ ବିଶେଷଜ୍ଞ କହୁଛନ୍ତି, ସଚେତନତାର ଅଭାବ, ଅତ୍ୟଧିକ ନିଶା ସେବନ ,ଅସନ୍ତୁଳିତ ଜୀବନଶୈଳୀ ଆଦି ପ୍ରମୁଖ କାରଣ ।

ଅନ୍ୟପଟେ କିଛି ଏମିତି ବ୍ୟକ୍ତି ମଧ୍ୟ ଥିଲେ ଯାହାଙ୍କର କଥା ଚର୍ଚ୍ଚାରେ ଥିଲା । ଯେମିତିକି କିଛି ଦିନ ତଳେ ଅଭିନେତ୍ରୀ ରାଜେଶ୍ୱରୀ କ୍ୟାନସରକୁ ହରାଇ ନୂଆ ଜୀବନ ପାଇଛନ୍ତି ବୋଲି ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଯେଉଁଠି ଦେଖୁଥିଲେ ସେଇଠି କେବଳ ଗୋଟିଏ ଚର୍ଚ୍ଚା ଜୋର ଧରିଥିଲା ମୃତ୍ୟୁକୁ ହରାଇଛନ୍ତି ରାଜେଶ୍ୱରୀ ।

ଏବଂ ସବୁ ଗଣମାଧ୍ୟମ ତାଙ୍କର ସାକ୍ଷାତାକାର ନେଇ ରାଜ୍ୟରେ ଅନ୍ୟ କ୍ୟାନସର ରୋଗୀଙ୍କ ମନୋବଳ ବୃଦ୍ଧି କରିବାରେ ବେଶ ସଫଳ ହୋଇଥିଲେ । କିନ୍ତୁ ମାସ କେଇଟା ନ ହେଉଁଣୁ ତାଙ୍କର ମୃତ୍ୟୁ ହେବାର ଖବର ସମ୍ମାକୁ ଆସିଥିଲା । ଯାହା ଶୁଣି ମନୋବଳ ଭାଙ୍ଗି ଯାଇଥିଲା କ୍ୟାନସର ରୋଗୀରେ ପିଡିତ ଥିବା ବ୍ୟକ୍ତିଙ୍କର ।

ଆଉ ଭାବି ନେଇଛନ୍ତି ଯେ କ୍ୟାନସରରୁ ବଂଚିବା ମୁସକିଲ ।ତେବେ ସେ ଯାହା ବି ହେଉ , ବର୍ତ୍ତମାନ କ୍ୟାନସରରୁ ମୁକ୍ତି କେମିତି ମିଳିବ ତାହା ମୁଖ୍ୟ ପ୍ରଶ୍ନ । ଆପଣମାନେ କେବେ ଭାବିଛନ୍ତି କି କ୍ୟାନସର ହେବାର କାରଣ କ’ଣ? କ’ଣ କଲେ ଆମେ କ୍ୟାନସର ଭଳି ଦୂରାରୋଗ୍ୟର ଶିକାର ହେବୁ ନାହିଁ, ତାହା ସାଧାରଣରେ ଏକ ବଡ ପ୍ରଶ୍ନ ।

କଥାରେ ଅଛି ଯେ ‘ପ୍ରିଭେନସନ ଇଜ୍ ବେଟର ଦ୍ୟାନ୍ କିଓର’ । ଅର୍ଥାତ୍, ସୁସ୍ଥ ହେବା ଅପେକ୍ଷା ସଚେତନ ରହିବା ଭଲ । ଏଣୁ କ୍ୟାନସରଠୁ ବର୍ତ୍ତିବାକୁ ଏହାର କାରଣ ବୁଟି ସେଥିପ୍ରତି ସତର୍କ ରହିବା ଜରୁରୀ । କିନ୍ତୁ ରୋଗ ପୂର୍ବରୁ ନିରାକରଣ କରିବା କେମିତି? ଯଦି ଆମେ ଦୁଇ ପିଢି ପଛକୁ ଯିବା ତେବେ ଲୋକସଂଖ୍ୟା ଅନୁପାତରେ କ୍ୟାନସର ଭଳି ମାରାତ୍ମକ ରୋଗ କମ୍ ଥିଲା ।

ବର୍ଷରେ ୯୨ ହଜାର ୬୯୯ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ୩ ବର୍ଷ ମଧ୍ୟରେ ୩୧ ହଜାର ୬୯୨ ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି ।୨୦୨୧-୨୨ରେ ୩୩ହଜାର ୭୫୭ ଜଣ କ୍ୟାପସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୨୭୭ଜଣ ପ୍ରାଣ ହରାଇଛନ୍ତିି ।ମୋଟାମୋଟି ଭାବେ ଦେଖିବାକୁ ଗଲେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଚିହ୍ନଟ ହେଉଥିବା ପ୍ରତି ୩ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି। ଯାହା ଅତ୍ୟନ୍ତ ଭୟାନକ।

ସେପଟେ ବିଶେଷଜ୍ଞ କହୁଛନ୍ତି, ସଚେତନତାର ଅଭାବ, ଅତ୍ୟଧିକ ନିଶା ସେବନ, ଅସନ୍ତୁଳିତ ଜୀବନଶୈଳୀ ଆଦି କ୍ୟାନସରର ପ୍ରମୁଖ କାରଣ।ତେବେ ସେ ଯାହା ବି ହେଉ, ବର୍ତ୍ତମାନ କ୍ୟାନସରରୁ ମୁକ୍ତି କେମିତି ମିଳିବ ତାହା ମୁଖ୍ୟ ପ୍ରଶ୍ନ। କ୍ୟାନସର ହେବାର କାରଣ କ’ଣ? କ’ଣ କଲେ ଆମେ କ୍ୟାନସର ଭଳି ଦୂରାରୋଗ୍ୟର ଶିକାର ହେବୁ ନାହିଁ ତାହା ସାଧାରଣରେ ଏକ ବଡ଼ ପ୍ରଶ୍ନ।

ଉପରଲିଖିତ ବିଶେଷଜ୍ଞଙ୍କ ୩ଟି ମତରୁ ପ୍ରଥମ ଦୁଇଟିରେ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଥିବା ବେଳେ ତୃତୀୟରେ କୁହାଯାଇଥିବା ବ୍ୟକ୍ତିର ନିଜସ୍ୱ ଦାୟିତ୍ୱ ସବୁଠୁ ଅଧିକ ଗୁରୁତ୍ୱ ରଖେ। ସରକାରଙ୍କ ଉପରେ ଭରସା କରି ଆମେ ଜୀବନକୁ ଛାଡ଼ିପାରିବା ନାହିଁ।

ଏଣୁ ମଣିଷକୁ ଏବେ ନିଜକୁ ହିଁ ନିଜର ଯତ୍ନ ନେବାକୁ ପଡ଼ିବ।କଥାରେ ଅଛି ‘ପ୍ରିଭେନ୍ସନ୍ ଇଜ୍ ବେଟର ଦ୍ୟାନ୍ କିଓର’। ଅର୍ଥାତ୍, ସୁସ୍ଥ ହେବା ଅପେକ୍ଷା ସଚେତନ ରହିବା ଭଲ। ଏଣୁ କ୍ୟାନସରଠୁ ବର୍ତ୍ତିବାକୁ ଏହାର କାରଣ ବୁଝି ସେଥିପ୍ରତି ସତର୍କ ରହିବା ଜରୁରୀ। କିନ୍ତୁ ରୋଗ ପୂର୍ବରୁ ନିରାକରଣ କରିବା କେମିତି? ଯଦି ଆମେ ଦୁଇ ପିଢ଼ି ପଛକୁ ଯିବା ତେବେ ଲୋକସଂଖ୍ୟା ଅନୁପାତରେ କ୍ୟାନସର ଭଳି ମାରାତ୍ମକ ରୋଗ କମ୍ ଥିଲା।

କିନ୍ତୁ ଏବେ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁ ଅନ୍ୟ ସବୁ ରୋଗର ପ୍ରଭାବ କମିଥିଲେ ବି କ୍ୟାନସର କିନ୍ତୁ କାୟା ଅଧିକ ବିସ୍ତାର କରିଚାଲିଛି।ବିଶେଷଜ୍ଞଙ୍କ ମତରେ, କ୍ୟାନସର ଏକ ରୋଗ ନୁହେଁ। ଏହା ଶାରୀରିକ ପ୍ରକ୍ରିୟାର ଏକ ବ୍ୟତିକ୍ରମ।ଦୈନିକ ଆମ ଶରୀରରେ ନୂଆ ନୂଆ କୋଷିକା ବା ସେଲ୍ ତିଆରି ହୁଏ ଓ ପୁରୁଣା କୋଷିକା ନଷ୍ଟ ହୋଇଥାନ୍ତି।

କିନ୍ତୁ ମୃତ କୋଷିକାଗୁଡ଼ିକ ଯଦି ଶରୀରର କୌଣସି ସ୍ଥାନରେ ଜମାଟ ବାନ୍ଧି ରହିଯାଆନ୍ତି, ତେବେ ସେମାନେ କ୍ରମେ ଟ୍ୟୁମର ହୋଇଯାଆନ୍ତି। ଆଉ ଏହି ଟ୍ୟୁମର ଶରୀରର ଅନ୍ୟ ପ୍ରକ୍ରିୟାକୁ ଅବରୋଧ କରେ। କିନ୍ତୁ ଏହା ପଛର କାରଣ କ’ଣ ତାହା ଏବେ ଯାଏଁ ବୈଜ୍ଞାନିକମାନେ ଖୋଜି ପାରିନାହାନ୍ତି। ଏଣୁ କେବଳ ଟ୍ୟୁମରକୁ କାଟି ତାର ବୃଦ୍ଧିକୁ ରୋକୁଛନ୍ତି।

କିନ୍ତୁ ତାହା ଯେ ଶତପ୍ରତିଶତ ଫଳପ୍ରଦ ତାହାର ବି କିଛି ଗ୍ୟାରେଣ୍ଟି ନାହିଁ।ତେଣୁ ମୋଟାମୋଟି ଭାବେ ଶରୀରର ସବୁ ପ୍ରକ୍ରିୟା ଅଧିକ ଦିନ ଧରି ଅର୍ଥାତ୍ ସାଧାରଣ ଆୟୁ ସୀମା ପର୍ୟ୍ୟନ୍ତ ସଠିକ୍ ଭାବରେ ଚାଲିବ ତାହା ସୁନିଶ୍ଚିତ କରିପାରିଲେ ଯାଇ ଏହାର ନିରାକରଣ ସମ୍ଭବ। ଏଥିପାଇଁ ଶୃଙ୍ଖଳିତ ଦିନଚର୍ୟ୍ୟା ସର୍ବାଗ୍ରେ। ଅର୍ଥାତ୍, ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ହିଁ ଶରୀରକୁ ପ୍ରକୃତି ଅନୁସାରେ ଆଗେଇ ନେଇ ପାରିବ।

କିନ୍ତୁ ଆଜିକାଳିର ଯୁବପିଢ଼ି ସନ୍ତୁଳିତ ଖାଦ୍ୟ ବଦଳରେ ଅଧିକ ମାତ୍ରାରେ ତେଲଭାଜି, ଚାଓମିନ, ପିଜା, ବର୍ଗର, ଆଇସକ୍ରିମ ଆଦି ଖାଉଛନ୍ତି, ଯାହା କ୍ୟାନସରକୁ କାୟା ଅଧିକ ବିସ୍ତାର କରିବାରେ ସାହାଯ୍ୟ କରୁଛି। ଏଣୁ ଆମେ ଆମ ଜୀବଶୈଳୀକୁ ବଦଳାଇଲେ ହିଁ କେବଳ କ୍ୟାନ୍ସର ଭଳି ସାଂଘାତିକ ରୋଗକୁ ମାତ୍ ଦେଇପାରିବା।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Related posts

ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ

mahabharatanews

ଜି. ବି. ନଗର ବ୍ଲକ ଅଞ୍ଚଳରେ କାଳବୈଶାଖୀ

mahabharatanews

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

mahabharatanews