Uncategorized

ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକାରିନୋ

ଟ୍ୱିଟରର ନୂଆ ସିଇଓଙ୍କ ନାମ ଘୋଷଣା କଲେ ଏଲନ ମସ୍କ । ଏନେଇ ଟ୍ୱିଟରର ମାଲିକ ଏଲନ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଟ୍ୱିଟରର ନୂଆ ସିଇଓ ଭାବରେ ଲିଣ୍ଡା ୟାକାରିନୋଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛି । ଲିଣ୍ଡା ମୁଖ୍ୟ ରୂପରେ ବ୍ୟବସାୟିକ ସଞ୍ଚାଳନ ଉପରେ ଧ୍ୟାନ ଦେବେ, ଯେବେ କି ମୁଁ ପ୍ରଡକ୍ଟ ଡିଜାଇନ ଏବଂ ନୂଆ ଜ୍ଞାନକୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରିବି । ପ୍ଲାଟଫର୍ମକୁ ସମସ୍ତ ଜିନିଷ ଥିବା ଆପ୍ ‘ଏକ୍ସ’ରେ ବଦଳାଇବା ପାଇଁ ଲିଣ୍ଡାଙ୍କ ସହ କାମ କରିବା ପାଇଁ ଉତ୍ସାହିତ ଅଛି । ଏହା ପୂର୍ବରୁ ମସ୍କ ନିଜର ଏକ ଅନ୍ୟ ଟ୍ୱିଟରେ ଘୋଷଣା କରିଥିଲେ ଯେ ସେ ଟ୍ୱିଟର ପାଇଁ ନୂଆ ସିଇଓ ହାୟର କରିଛନ୍ତି । ଏଥିସହିତ କହିଥିଲେ ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଟ୍ୱିଟରରେ ଯୋଗଦେବେ । ନିଜେ ସିଇଓ ଦାୟିତ୍ୱରୁ ଅବ୍ୟାହତି ନେବେ ଓ ସିଟିଓ ଏବଂ ଏକଜିକ୍ୟୁଟିଭ ଡାଇରେକ୍ଟର ପଦରେ ରହିବେ ବୋଲି କହିଥିଲେ । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟୁଇଟରକୁ କ୍ରୟ କରିଥିବା ମସ୍କ ଟୁଇଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି । ଲିଣ୍ଡା ୟାକାରିନୋଙ୍କ ନାଁ ପୂର୍ବରୁ ହିଁ ଟ୍ୱିଟରର ସିଇଓ ରେସରେ ଥିଲା ।

 

Related posts

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

mahabharatanews

ଦରଜ ହେଉଛି କି ଆପଣଙ୍କ ପାଦ, ଜାଣନ୍ତୁ ଏହା ପଛର ୩ଟି କାରଣ

mahabharatanews