ଓଡିଶା

ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

(ଭୁବନେଶ୍ୱର) : ଆଜକୁ ତିନି ଦିନ ହେଲା ଉପବାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପାଇଁ ଉପବାସରେ ରହିଛନ୍ତି ଲିଙ୍ଗରାଜ ।  ଲିଙ୍ଗରାଜ ମନ୍ଦିରରେ ନୀତି କରୁନଥିବା ପାଳିତ ସେବକଙ୍କୁ ଦେବୋତ୍ତର କମିଶନରଙ୍କ ବ୍ୟକ୍ତି ଗତ ଚିଠି ଜାରି କରାଯାଇଛି । ନିଜ ପାଳି ନ କରିବେ ତେବେ ସେଇ ପାଳିଆଙ୍କ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ସୂଚନାନୁଯାୟୀ ,  ଆସନ୍ତା କାଲି ଗ୍ରହଣ ଏବଂ କାର୍ତ୍ତିକ ମାସ ଆରମ୍ଭ ହୋଇ ଥିବାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ନିୟମିତ କରିବା ପାଇଁ ଦେବତ୍ତୋର କମିଶନର କହିଛନ୍ତି । ଯେଉଁ ପାଳିଆ ସେବକ ନୀତିକାନ୍ତି କରୁନାହାଁନ୍ତି ସେଇ ପାଳିଆ ସେବକଙ୍କୁ ଦେବୋତ୍ତର କମିସନର କାରଣ ଦର୍ଶାଅ ନୋଟିସ୍ କରିଛନ୍ତି । ଆସନ୍ତା କାଲି ଗ୍ରହଣ ପଡୁଛି ତେଣୁ ସନ୍ଧ୍ୟା 4 ସୁଦ୍ଧା ନୀତି କାନ୍ତି ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେବୋତ୍ତର କମିସନର ।

Related posts

କଲ୍ୟାଣୀ ଯୁବଶକ୍ତି ସଂଗଠନର ସଫେଇ କାର୍ଯ୍ୟକ୍ରମ

mahabharatanews

ଆଜିଠୁ ବୁଲିବ ‘ଜଗନ୍ନାଥ ରଥ’ 

mahabharatanews

୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ଟେଷ୍ଟ,ସମସ୍ତ ରିପୋର୍ଟ ନେଗେଟିଭ

mahabharatanews

Leave a Comment