ଓଡିଶା

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

ଭୁବନେଶ୍ୱର: ଅମ୍ରିତ ମୋହନ ପ୍ରସାଦ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ସେ  ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ । ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ଏବେ ଓଡ଼ିଶାର ଜେଲ୍ ଡିଜି ଭାବେ ନିୟୋଜିତ ଅଛନ୍ତି। ସେ ୨୦୨୫ ଅଗଷ୍ଟ ମାସ ଶେଷ ଯାଏ ସିଆରପିଏଫ ଡିଜି ରହିବେ। ଅମ୍ରିତ ମୋହନ ପ୍ରସାଦ ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଥିଲେ । କିନ୍ତୁ ତାଙ୍କର ଜୁନିୟର ବା ୧୯୯୦ ବ୍ୟାଚର ଆଇପିଏସ ଓ୍ୱାଇ ବି ଖୁରାନିଆ ଯେତେବେଳେ  ଓଡ଼ିଶା ଫେରୁଛନ୍ତି । ଏହି ସମୟରେ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆପିଏଫ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଖୁରାନିଆ ନୂଆଦିଲ୍ଲୀସ୍ଥିତ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। ବିଏସଏଫର ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି ବୋଲି ଶୁକ୍ରବାର କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Related posts

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

mahabharatanews

କରୋନା ସଚେତନତା କରାଇଲେ ବଡଚନା ବିଧାୟକ

mahabharatanews

ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡି

mahabharatanews