ଓଡିଶା

ରାଜ୍ୟରେ ଆଉ ୩୨୫୨ ସଂକ୍ରମିତ ଚିହ୍ନଟ: ଲୋକାଲ ସଂକ୍ରମଣ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୨୮ ସକାଳୁ ୨୯ ସକାଳ ପର୍ଯ୍ୟନ୍ତ ଆଉ ୩୨୫୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୧୨୬୫ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୯୮୭ କ୍ୱାରଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅ।।ଯାଇଛି । ୩୨୫୨ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୬୨ ଟି ମାମଲା ଚିହ୍ନଟ ହୋଇଥିବାବେଳେ ତାପଛକୁ ରାୟଗଡ଼ା ଜିଲ୍ଲାରେର ୪୫୦ଟି ମାମଲା ଆସିଛି । କଟକରେ ୩୨୩ ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୧୬୯ଟି ମାମଲା ଚିହ୍ନଟ ହୋଇଛି ।
୩୨୫୨ ନୂଆ ସଂକ୍ରମଣ ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯,୫୭୧ ଥିବାବେଳେ ୬୭,୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୦୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ୟ୍ୟନ୍ତ ୧୬୭୦୯୧୦ କରୋନା ପରୀକ୍ଷା କରାଯାଇଛି ।

Related posts

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସରରେ ଫଳ ବଣ୍ଟନ

mahabharatanews

ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମ୍ବାଦପତ୍ର ହକରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

mahabharatanews