Uncategorized

ଦେଶରେ ଦିନକରେ ୭୬ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ):ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୭୬ ହଜାର ୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୨ରେ ପହଞ୍ଚିଛି । ସେହିପରି ଦିନକରେ ଆଉ ୧୦୨୧ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୨ ହଜାର ୫୫୦କୁ ବୃଦ୍ଧି ପାଇଛି । ଦେଶରେ ଏବେ ୭ ଲକ୍ଷ ୫୨ ହଜାର ୪୨୪ ଜଣ ସକ୍ରିୟ ରୋଗୀ ଥିବାବେଳେ ୨୬ ଲକ୍ଷ ୪୮ ହଜାର ୯୯୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଦିଲ୍ଲୀରେ ଅରାଜକତା ବରଦାସ୍ତ ନୁହେଁ: ଡୋଭାଲ

mahabharatanews

ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କୁ ବଣ୍ଟାଯାଉଛି ସାନିଟାଇଜର

mahabharatanews

ଟିକାକରଣ ଅଭିଯାନ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ବଡ ଟପ୍ପଣୀ

mahabharatanews