ମହାଭାରତ/ ନୂଆଦିଲ୍ଲୀ: ଲକଡାଉନକୁ ବୃଦ୍ଧିକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆସନ୍ତା ୧୧ ତାରିଖରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଆଜି ପ୍ରଧାନମନ୍ତ୍ରୀ ଏହି ଲକଡାଉନର ଅବଧି ବୃଦ୍ଧିକୁ ନେଇ ପରୋକ୍ଷରେ ପ୍ରକାଶ କରିଛନ୍ତ ।
ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନ ପାଇଁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ। କିନ୍ତୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦେଖାଦେଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଆଜି ବିଭିନ୍ନ ଦଳର ସାଂସଦମାନଙ୍କ ସହ ମୋଦି ଭିଡିଓ କନଫରେନ୍ସିଂ କରି କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଏକାଧିକ ରାଜ୍ୟର ସାଂସଦ ଲକଡାଉନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଯୋଗଦେଇଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, “ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ପୂର୍ବରୁ ଓ କରୋନା ପରେ ଜୀବନ ସମାନ ରହିବ ନାହିଁ। ସାମାଜିକ ଓ ବ୍ୟକ୍ତିଗତ କ୍ଷେତ୍ରରେ ବହୁଳ ପରିବର୍ତ୍ତନ ଆସିବ । ଏପ୍ରିଲ ୧୪ରେ ଏକାଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବୈଠକରେ ସ୍ପଷ୍ଟ କରିଛନ୍ତି। ତଥାପି ସେ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିହେବା ପରେ ଯାହା ନିଷ୍ପତି ନିଆଯାଇଛି ।
